ପୌରାଧ୍ୟକ୍ଷଙ୍କ ଅଭିଯୋଗ ଶୁଣାଣି

ଦେବଗଡ଼ : ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଆଜି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  । ଜନ ସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତି ମାସ ତୃତୀୟ ସୋମବର ପୌର ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଶିବିର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ୩୦ଟି ଅଭିଯୋଗ ହୋଇଥିବା ଜଣାପଡିଛି  । ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ନାଳ ମରାମତି ଓ ସଫେଇ, ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ, ପୋଖରୀ ପୁନରୁଦ୍ଧାର, ପକ୍କା ଘର ପ୍ରଦାନ ପାଇଁ ଅଭିଯୋଗ ହୋଇଥିଲା । ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ପୌର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ଓ ବିଭିନ୍ନ ୱାର୍ଡର କାଉନସିଲ ଓ ପୌର ପ୍ରଶାସନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ । ଆଜି ହୋଇଥିବା ଅଭିଯୋଗ ମଧ୍ୟରୁ ପ୍ରାୟ ୧୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯିବା ଓ ଅନ୍ୟ ସମସ୍ତ ଅଭିଯୋଗ ପର୍ଯ୍ୟାୟକ୍ରମେ ସମାଧାନ ହେବ ବୋଲି ଭାରପ୍ରାପ୍ତ ପୌରାଧ୍ୟକ୍ଷ କହିଛନ୍ତି ।