ପ୍ରକଳ୍ପ ମଞ୍ଜୁରି ସହ ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ  ଦାବି


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ,: ପ୍ରକଳ୍ପ ମଞ୍ଜୁରି ସହ ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ କାର୍ଯ୍ୟ  ଆରମ୍ଭ ପାଇଁ ସଂଗ୍ରାମ ସମିତି ଦାବି କରିଛି । ରେଳବାଇ ବୋର୍ଡ଼ ପାଖରେ ପୂର୍ବତଟ ରେଳପଥ ପକ୍ଷରୁ ଉପସ୍ଥାପିତ ଯାଜପୁର ରୋଡ଼-ଧାମରା ରେଳପଥର ଡିପିଆରକୁ ତୁରନ୍ତ ମଞ୍ଜୁରି ପ୍ରଦାନ କରିବାକୁ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ଦାବି କରିଛି । ୨୦୨୪ଫେବ୍ରୁଆରିରେ କାମ ଚଳା ବଜେଟ୍ ଆଗତ ହେବାର ଅବ୍ୟବହିତ ପୂର୍ବରୁ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟରେ ଏହି ନୂତନ ରେଳପଥ ପାଇଁ ବ୍ୟୟ ବରାଦ କରାଯିବ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସଂସଦର ଆଗାମୀ ଅଧିବେଶନରେ ଆଗତ ହେବାକୁ ଥିବା ବଜେଟ୍ରେ ଉପରୋକ୍ତ ପ୍ରତିଶ୍ରୁତିକୁ ରକ୍ଷା କରି ବ୍ୟୟ ବରାଦ କରିବାକୁ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ୪ଟି ଆର୍ଥôକ ବର୍ଷ ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଏହାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ବନ୍ଦର ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ଅମ୍ବ୍ରେଲା ଯୋଜନା ଅର୍ଥରୁ ଏହି ରେଳପଥ ନିର୍ମାଣ ପାଇଁ ବ୍ୟୟ କରିବାକୁ ସଂଗ୍ରାମ ସମିତି ଦାବି କରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରିବା, ଆବଶ୍ୟକୀୟ ଅର୍ଥ ବରାଦ କରିବା, ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରାଯାଇଛି । 
ଏସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭେଟିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଦାବି ହାସଲ ସଂଗ୍ରାମକୁ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତାବିତ ଷ୍ଟେସନ ଭିତିକ କମିଟି ଗଠନ କରାଯିବ ବୋଲି ବୈଠକରେ ଆହ୍ୱାନ ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ମଳୟ କୁମାର ପଣ୍ଡା, ପ୍ରଫୁଲ୍ଲ ନାୟକ, ଦେବେନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଚନ୍ଦ୍ରଶେଖର ନାୟକ, ସନ୍ତୋଷ ଦାସ, ଦେବେନ୍ଦ୍ର ନାୟକ, ରାକେଶ କୁମାର ସାହୁ, ଦିଲ୍ଲୀପ ଦଳାଇ, ଅବିନାଶ ମହାପାତ୍ର, ଧନଞ୍ଜୟ କେଶରୀ ରାଉତରାୟ, ନିର୍ମଳ ରଥ, ଦେବବ୍ରତ ମହାନ୍ତି, ଶୁଭ୍ରାଂଶୁ ଶେଖର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।