ପ୍ରଚଣ୍ଡ ଶବ୍ଦରେ ଥରହର ହେଲା ଘର ବାହାର

 ଯାଜପୁର: ଅପରାହ୍ନ ୩ଟା ହେବ । ହଟାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା । କେହି କେହି ଚଳନ୍ତା ଗାଡ଼ିର ଟାୟାର ଫାଟିବାର ଆଶଙ୍କା କରିଥିଲେ । କିନ୍ତୁ ଫାଟିବାର ଶବ୍ଦ ଗୋଟିଏ ଅଂଚଳର ନଥିଲା । ଯାଜପୁର ଜିଲାର ବିଭିନ୍ନ ଅଂଚଳରେ ଏହାର ଶବ୍ଦ ଶୁଭିଥିଲା । କିନ୍ତୁ ନିମିଶକ ମଧ୍ୟରେ ଶବ୍ଦର ପ୍ରଭାବ ଖେଳିଯାଇଥିଲା । ଶବ୍ଦଟି ଏତେ ତିବ୍ରଥିଲା ଘରର କବାଟ, ଝରକା, ଆସବାବ ପତ୍ର ସବୁ କ୍ଷଣିକ ପାଇଁ ଥରି ଉଠିଥିଲା । କେହି କିଛି ଭାବିବା ଆଗରୁ ଘର ଭିତରୁ ବାହାରକୁ ଦୌଡ଼ି ଆସିଥିଲେ । ଆଉ ବାହାରେ ଥିବା ଲୋକେ ଘର ଭିତରକୁ ପସିଯାଇଥିଲେ । କାଳେ ଭୂମିକମ୍ପ ହୋଇଗଲା କି? ଏଭଳି ଖବର ଚାରିଆଡ଼େ ଖେଳିଯାଇଥିଲା । ବ୍ୟାସନଗର ସହରରୁ ଆରମ୍ଭ କରି କଳିଙ୍ଗନଗର, ପାଣିକୋଇଲି, ଧର୍ମଶାଳା ପ୍ରଭୂତି ଅଂଚଳରେ ଏହା ଅନୁଭୂତ ହୋଇଥିଲା । ଶବ୍ଦ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଲୋକ ମାନେ ନାନା ପ୍ରକାର ମତ ଦେଉଛନ୍ତି । ସେ ଯାହା ବି ହେଉ ଲୋକମାନେ ଏହାର କାରଣ କଣ ହୋଇପାରେ ବୋଲି ଜାଣିବା ପାଇଁ ବ୍ୟଗ୍ର ଥିଲାବେଳେ ଏବେ ମଧ୍ୟ ଆଶଙ୍କାରେ ଅଛନ୍ତି ।