ରାସ୍ତା ମଝିରେ ବିଦୁ୍ୟତ ଖୁଣ୍ଟ  ବଢ଼ୁଛି ଦୁର୍ଘଟଣା

 ବୁଗୁଡ଼ା  : ରାସ୍ତା ମଝିରେ ରହିଛି ବିଦୁ୍ୟତ ଖୁଣ୍ଟକୁ ଟାଣି ଧରିଛି ଲୁହା ତାର । ଯାହା ଫଳରେ ଅନେକ ଘଟୁଛି ଦୁର୍ଘଟଣା । ଏହାକୁ ବିଦୁ୍ୟତ୍ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଦେଖା ଦେଇଛି ଅସନ୍ତୋଷ । ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡା ବ୍ଲକର କୁବନ-ଗୌଡିଆବୋରଦା ଗାଁ କେନାଲ ରାସ୍ତାରେ  । ସେହି ରାସ୍ତାରେ ଏଭଳି ଅବ୍ୟବସ୍ଥା ଯୋଗୁଁ ଅନେକ ଥର ଦୁର୍ଘଟଣା ଘଟିଥିଲେ ହେଁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜନୈକ ବୃଦ୍ଧ ଗାଈଗୋରୁଙ୍କ ପାଇଁ ସାଇକେଲରେ ଘାସ  ବୋଝେଇ କରି ଘରକୁ ଫେରୁଥିବା ବେଳେ ସେହି ତାର ସହ ଧକ୍କା ହୋଇ ଆହତ ହୋଇଥିଲେ । ସେ କ·ଡି ହୋଇ ପଡିବା ଫଳରେ ଆହତ ହୋଇଥିଲେ । ସେହି ରାସ୍ତା ଦେଇ ଆସୁଥିବା ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ଆଣି ଚିକିତ୍ସା କରିଥିଲେ । ଅନ୍ୟପକ୍ଷରେ ଗତ ସପ୍ତାହରେ ଟାଇଁ ଟାଇଁ ଖରାବେଳେ ବାଇକରେ ଆସୁଥିବା ଏକ ଦମ୍ପତ୍ତି ରାସ୍ତା ମଝିରେ ଥିବା ସେହି ଲୁହା ତାରକୁ ଭଲ ଭାବରେ ଦେଖିନପାରି ଧକ୍କା ଦେବା ପୂର୍ବରୁ ହଠାତ୍ ବ୍ରେକ୍ ମାରିବା ଫଳରେ ଭାରସାମ୍ୟ ହରାଇ ପଡିଯିବାରୁ ଖଣ୍ଡିଆ ଖାବରା ହୋଇଥିଲେ । ଏଣୁ ଦୁର୍ଘଟଣାକୁ ଆହ୍ୱାନ କରୁଥିବା ରାସ୍ତା ମଝିରେ ଥିବା ସେହି ବିଦୁ୍ୟତ୍ ଖୁଣ୍ଟର ଷ୍ଟେ ୱାଇରକୁ ତୁରନ୍ତ ହଟାଇବା ନିମନ୍ତେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।