ପ୍ରଧାନଶିକ୍ଷକଙ୍କୁ ପ୍ରଗତି ପ୍ରଶିକ୍ଷଣ ତାଲିମ
ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଶୈ÷ଳେନ୍ଦ୍ରନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ନେଇ ପ୍ରଗତି ପ୍ରଶିକ୍ଷଣ ତାଲିମ ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଚିତ୍ତରଞ୍ଜନ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆରପି ଭାବେ କଳ୍ପତରୁ ପରିଡା, ବିଚିତ୍ର ପାତ୍ର, କୁଞ୍ଜବିହାରୀ ସାହାଣୀ ଓ ରବିନ୍ଦ୍ର ମାରାଣ୍ଡି ଯୋଗଦେଇ ପ୍ରଧାନ ଶିକ୍ଷକମାନେ ଶିକ୍ଷାଦାନ ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉସôାହ ଉଦ୍ଦୀପନା ଭରିବା ଏହାର ମୁଖ୍ୟ ଲକ୍ଷ୍ୟ । ପିଲାମାନଙ୍କର ମଧ୍ୟାହ୍ନ ଭୋଜନ, ଶ୍ରେଣୀଗୃହରେ ସୁଶିକ୍ଷାଦାନ ସହ ଶୈ÷କ୍ଷିକ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଶେଷ ଭାବେ ପ୍ରଧାନ ଶିକ୍ଷକମାନେ ଗୋଷ୍ଠୀ ସମ୍ପୃକ୍ତି, ବିଦ୍ୟାଳୟ ପରିଚାଳନା କମିଟ୍, ପିତୃ ଶିକ୍ଷକ କମିଟ୍ ସହ ଅନ୍ୟାନ୍ୟ କମିଟକୁ କିପରି ସୁପରିଚାଳନା କରିବେ ଏନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।