ପ୍ଲାଟିନମ ଦିବାରାତ୍ର କପ ଉଦ୍ଘାଟିତ : ୪୦ଟି ବ୍ୟାଚ ଛାତ୍ରଙ୍କ ଅଂଶ ଗ୍ରହଣ
ବ୍ୟାସନଗର: ଶନିବାର କୋରେଇ ବ୍ଲକ ଶଙ୍ଖଚିଲା ହିଙ୍ଗୁଳା ପଡ଼ିଆ ଠାରେ ଦିବାରାତ୍ର ପ୍ଲାଟିନମ୍ କପ୍ ଉଦ୍ଘାଟିତ ହୋଇଛି । ହିଙ୍ଗୁଳା ହାଇସ୍କୁଲର ୭୫ବର୍ଷ ପୂର୍ତ୍ତିି ଉତ୍ସବ ପାଳନ ଅବସରରେ ପୁରାତନ ଛାତ୍ର ମାନଙ୍କୁ ନେଇ ୪ବର୍ଷ ଧରି ଚାଲିଥିବା କପରେ ୪୦ଗୋଟି ବ୍ୟାଚର ଛାତ୍ର ଅଂଶ ଗ୍ରହଣ କରିଛନ୍ତି । ଦୁଇଦିନିଆ ଦିବାରାତ୍ରି ପ୍ଲାଟିନମ୍ କପ୍ ପରିପ୍ରେକ୍ଷୀରେ ସକାଳ ୮ଘଟିକା ସମୟରେ ଆରାଧ୍ୟା ଦେବୀ ମା ହିଙ୍ଗୁଳାଙ୍କ ଠାରୁ ପୂଜାର୍ଚ୍ଚନା ସହିତ ଆଜ୍ଞା ମାଳ ସହ ଜ୍ୟୋତି ଅଣାଯିବା ପରେ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା । ସଦଭାବନା ଜ୍ୟୋତି ଯାତ୍ରାକୁ ପୁରାତନ ଛାତ୍ର ସଙ୍ଘ ଉପସଭାପତି ବିଷ୍ଣୁଚରଣ ସାହୁ ପତାକା ହଲେଇ ଉଦ୍ଘାଟନ କରିଥିଲେ । ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଅଭିଜିତ ବାରିକ ସମେତ ପରିଚାଳନା କମିଟି ଓ ସମସ୍ତ କର୍ମଚାରୀ ବୃନ୍ଦ ଜ୍ୟୋତିକୁ ସ୍ୱାଗତ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଦଭାବନା ପୂର୍ଣ୍ଣ ଜ୍ୟୋତି ଯାତ୍ରାକୁ ପୁରାତନ ଛାତ୍ର ସଙ୍ଘର ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ଜେନା, ସଙ୍ଗଠନ ସମ୍ପାଦକ ସୌମ୍ୟବ୍ରତ ସାହୁ, ବରିଷ୍ଠ କାର୍ଯ୍ୟକର୍ତା ଆର୍ଯ୍ୟବିଭାଷ କୁମାର, ଆଦିତ୍ୟ କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ, ଅନନ୍ତ ଚରଣ ମଲ୍ଲିକ, ସଶ୍ମିତେଶ ସାହୁ, ପରିକ୍ଷିତ ରାଉତ, ପରମେଶ୍ୱର ମାଲିକ, ଦିଲୀପ୍ କୁମାର ସାହୁଙ୍କ ନେତୃତ୍ୱରେ ଜ୍ୟୋତି ଯାତ୍ରା ସଞ୍ଚାଳନ କରାଯାଇଥିଲା । ପୁରାତନ ଛାତ୍ର ସଙ୍ଘର ସମ୍ପାଦକ ବିନୋଦ ବିହାରୀ ସାହୁଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ରଘୁନାଥ ସାହୁ, ବୈକୁଣ୍ଠ ଚରଣ ଜେନା, ଦେବେନ୍ଦ୍ର କୁମାର ସାହୁ ସମସ୍ତ ଖେଳାଳି ମାନଙ୍କୁ ଫିତା କାଟି ସ୍ୱାଗତ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀଧର ଦାସ ଓ ସଂଯୋଜକ ଭଗବାନ ମଲ୍ଲିକଙ୍କ ଦ୍ୱାରା ଖେଳ ପତାକା ଉତ୍ତୋଳନ ଓ ଜନ୍ମେଜୟ ସାହୁଙ୍କ ଦ୍ୱାରା ଶପଥପାଠ ନେଇ ଜିତେନ୍ଦ୍ର ଦାସ ଓ ଆଲୋକ ଦାସଙ୍କ ପରିଚାଳନାରେ ଛାୟାକାନ୍ତ ଦ୍ୱିବେଦୀ, ବାବୁ ଦାସ୍, ରାଜେନ୍ଦ୍ର କୁମାର ଦାସ ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ୫ ଓଭର ବିଶିଷ୍ଟ ପ୍ରଥମ ଲିଗ୍ ମ୍ୟାଚକୁ ୨୦୨୪ ବ୍ୟାଚ୍ ଓ ହିଙ୍ଗୁଳା ହାଇସ୍କୁଲ ଏକାଦଶ ମଧ୍ୟରେ ଖେଳ ଆରମ୍ଭ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିମଳେନ୍ଦୁ ସାହୁ, ଦୀପକ କୁମାର ଗୁରୁ, ହିମାଂଶୁ ଶେଖର ସାହୁ, ପ୍ରଶାନ୍ତ କୁମାର ନାୟକ, ସରୋଜ କୁମାର ସାହୁ, ନିତେଶ କୁମାର ଦାସ୍, ଅକ୍ଷୟ କୁମାର ସାହୁ ପ୍ରମୁଖ ଅନ୍ୟମାନଙ୍କ ସହିତ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
