‘ଫିଟ୍ ଇଣ୍ଡିଆ’ ସାଇକେଲିଂ ଅଭିଯାନ
ଜଟଣୀ : ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନେ୍ଦାଳନ ସହିତ ସମନ୍ୱୟ ରଖି ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ସାଇକେଲ୍ ଉପରେ ରବିବାର ଦିନ ସାଇକେଲ୍ ବ୍ୟାନରରେ ଏକ ସ୍ୱତନ୍ତ୍ର ସାଇକ୍ଲୋଥନ୍-୨୦୨୫ ସଚେତନତା ଅଭିଯାନ ଆୟୋଜନ କରିଛି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ସମାଜ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ପରିବେଶ ସଚେତନତାକୁ ପ୍ରୋସôାହିତ କରିବା କ୍ଷେତ୍ରରେ ବ୍ୟାପକ ଭାବେ ପ୍ରୟାସ କରିବା । ଫିଟ ଇଣ୍ଡିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ କ୍ରୀଡା ସଂଗଠନ (ଇକୋର୍ଷା) ଦ୍ୱାରା ଷ୍ଟାଡିୟମ ଠାରୁ ଆଇଆଇଟି ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଫେରି ୧୦ କିମି ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅଂଶଗ୍ରହଂକାରୀଙ୍କୁ ଉସôାହିତ କରିବା ସହ ଆୟୋଜିତ କାର୍ଯ୍ୟକ୍ରମକୁ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଥିଲେ । ଇକୋର୍ଷାର ସାଧାରଣ ସମ୍ପାଦକ ତଥା କ୍ରୀଡା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜି୍ୟକ ପ୍ରବନ୍ଧକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।