ବଂଶଲ ଏଗ୍ରୋ ରାଇସ ମିଲରେ ଚଢ଼ଉ

 ନୂଆପଡା : ମାତ୍ରାଧିକ ଧାନ ଗଛିତ ରଖିଥିବା ଅଭିଯୋଗରେ ଖଡ଼ିଆଳ ଦୁମେରବାହାଲ ଗ୍ରାମ ଲକ୍ଷ୍ମୀପୁର ସ୍ଥିତ ବଂଶଲ ଏଗ୍ରୋ ରାଇସ ମିଲ ଉପରେ ନୂଆପଡା ଜିଲ୍ଲା ପ୍ରଶାସନର ଏକ ମିଳିତ ସ୍ୱତନ୍ତ୍ର ସ୍କ୍ୱାଡ ଟିମ୍ ଅତର୍କିତ ଚଢ଼ଉ କରି ତଦନ୍ତ ଆରମ୍ଭ କରିଛନ୍ତି । ସ୍କ୍ୱାଡ ଦଳରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ ରାଉତରାୟ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଖଡ଼ିଆଳ ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକ, ଖଡ଼ିଆଳ ବ୍ଲକ୍ ଯୋଗାଣ ଅଧିକାରୀ ପୂର୍ଣ୍ଣାସା ଭୋଇ ସମେତ ଅନ୍ୟନ୍ୟ ଜିଲସ୍ତରୀୟ ଅଧିକାରୀ ସାମିଲ ରହିଛନ୍ତି । ନୂଆପଡା ଜିଲ୍ଲା ବ୍ୟାପୀ ଚଳିତ ରବି ଧାନ ମଣ୍ଡି ଚାଲିଛି । ମଣ୍ଡିରେ ଅର୍ଣ୍ଣ ଦାତା ଚାଷୀ ତାର ଉପାର୍ଜିତ ଧାନ ମଣ୍ଡିରେ ପକାଇଛନ୍ତି । ମଣ୍ଡି ଗୁଡିକରୁ ଚାଷୀଙ୍କ ଧାନ ଲିଫ୍ଟ ହେଉ ନାହିଁ  । ଫଲରେ ଚାଷୀ ମଣ୍ଡିରେ ଧାନ ପକାଇ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଯଥା ସମୟରେ ମଣ୍ଡି ଗୁଡିକୁ ମିଲରସ ଆବ୍ୟକୀୟ ଭାରିଯାନ ଟ୍ରକ ପଠାଉ ନାହାନ୍ତି । ଫଳରେ ମଣ୍ଡି ଗୁଡିକରେ ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡିରହିଛି ।ଅପରପକ୍ଷେ ପଡୋଶୀ ଛତିଶଗଡ଼ ରାୟପୁରରୁ ରବିଧାନ ସୀମାନ୍ତ ଦେଇ ଓଡ଼ିଶା ନୂଆପଡା ଜିଲ୍ଲାକୁ ଚାଲାଣ ହେଉଥିବା କୁହାଯାଇଛି । ମିଲରସ ମାନେ ଅସାଧୁ ଧାନ ବ୍ୟବସାୟୀଙ୍କ ସହିତ ଧାନ ରିସାଇକ୍ଲିଂ କରି ମିଲ୍ରେ ଗଚ୍ଛିତ ରଖିଥିବା ଅଭିଯୋଗ ହୋଇଛି । ଫଳରେ ମଣ୍ଡି ଧାନ ମିଲରସ୍ ଉଠାଇବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି । ଅଭିଯୋଗକୁ ଭିତିକରି ଦୁମେରବାହାଲ ଲକ୍ଷ୍ମୀପୁର ସ୍ଥିତ ବଂଶଲ ଏଗ୍ରୋ ରାଇସ ମିଲ୍ ଉପରେ ଗଚ୍ଛିତ ଧାନ ଷ୍ଟକ ଭେରିଫାଏ କରିବା ପାଇଁ ସ୍କ୍ୱାଡ ଚଢ଼ଉ କରିଛି । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରତିନିଧି ପଚାରିବାରୁ ଏହା ଏକ ରେଗୁଲାର ପ୍ରକ୍ରିୟା ତଦନ୍ତ ଚାଲିଛି ଷ୍ଟକ ଭେରୀଫାଏ କଲାପରେ ସମସ୍ତ ସୂଚନା ଦିଆଯିବ ବୋଲି କହିଛନ୍ତି ।