ବକେୟା ଅର୍ଥ ପ୍ରଦାନରେ ବିଳମ୍ବ... ବ୍ୟାଙ୍କ ଆଗରେ ଧାରଣା ଦେବ ଅବସର କର୍ମଚାରୀ ସଂଘ
ଆସିକା : ସାମ୍ପ୍ରତି ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ବକେୟା ପ୍ରାପ୍ୟ ଅର୍ଥ ଆସନ୍ତା ୧୬ ତାରିଖ ମଧ୍ୟରେ ପ୍ରଦାନ ନକଲେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବେ ବୋଲି ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିଃ ଅବସର କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ନୀଳକଣ୍ଠ ଦାସ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ହେଲା ଏହି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ବ୍ୟାଙ୍କ ସିଇଓ ବାରମ୍ବାର ତାରିଖ ଦେଇ କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଆଗାମୀ ମେ ମାସ ୧୫ ତାରିଖ ସୁଦ୍ଧା ବ୍ୟାଙ୍କ ସମ୍ପାଦକଙ୍କୁ ଧାର୍ଯ୍ୟ ତାରିଖ ଦେଇଛନ୍ତି । ବ୍ୟାଙ୍କ ଅଧିକାରୀ ଅବସର କର୍ମଚାରୀ ମାନଙ୍କ ଦୁଃଖ ବୁଝିବାକୁ ଅନୁରୋଧ କରିଛନ୍ତି । ଯଦି ଏହି ତାରିଖ ସୁଦ୍ଧା ସେମାନଙ୍କ ପ୍ରାପ୍ୟ ଟଙ୍କା ପ୍ରଦାନ ନକଲେ ୧୬ ତାରିଖ ଦିନ ବ୍ୟାଙ୍କ ଆଗରେ ଧାରଣା ଦେବା ନିଶ୍ଚିତ ବୋଲି ଗଣ ମାଧ୍ୟମକୁ କହିଛନ୍ତି । ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବ୍ୟାଙ୍କ ସମ୍ପାଦକ ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଦୁଃଖ ଏବଂ ପରିତାପର ବିଷୟ ୬୦ରୁ ଉର୍ଦ୍ଧ କର୍ମଚାରୀ ମାନେ ସେମାନଙ୍କ ପରିବାରକୁ ଧରି ବହୁ କଷ୍ଟରେ ପ୍ରତି ପୋଷଣ କରୁଥିବାରୁ ଧାର କରଜ କରି ପାଠ ପଢା କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ସ୍ୱାଇଁ, କାମେଶ୍ୱର ରାଉତ, ଗଙ୍ଗାଧର ସିଅ, ଟି. ଗୋବିନ୍ଦ ରେଡି, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ବିଷୋୟୀ, ଭାଗ୍ୟରବି ପାଢ଼ୀ, ଦିବାକର ପ୍ରଧାନ, ବାଳକୃଷ୍ଣ ପାଢ଼ୀ, ସୁରେନ୍ଦ୍ର ଡାକୁଆ, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।