ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ         

ଢେଙ୍କାନାଳ  : ବଜ୍ରପାତରୁ ଧନଜୀବନ ରକ୍ଷା କରିବା ପାଇଁ  ଓ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ  ଢ଼େଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ  ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲା ସାରା ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି କିଭଳି ସାବଧାନତା ଅବଲମ୍ବନ କରିବେ ଓ ବଜ୍ରପାତ ସମୟରେ କଣ କରିବେ ଏବଂ କ’ଣ ନ କରିବେ ସେ ସମ୍ପର୍କରେ ସଚେତନ କରିବ ।