ବଣିକ ସଙ୍ଘ ପକ୍ଷରୁ ସତ୍ୟନାରାୟଣ ପୂଜା

 ରାଜକନିକା : ରାଜକନିକା ବ୍ଲକ ସଦରରେ ଥିବା କଣ୍ଟପଡା ବଜାରର ସତ୍ୟନାରାୟଣ ବଣିକ ସଂଘ, ଆନୁକୂଲ୍ୟରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି  । ବ୍ଲକର ଏକମାତ୍ର ଏହି ସତ୍ୟନାରାୟଣ ପୂଜା ଅନୁଷ୍ଠାନରେ ଶ୍ରୀ ଜୀଉମାନେ ପୂଜା ପାଉଥିବା ବେଳେ, ଏହି ପୂଜାରେ ପଞ୍ଚଦେବା ଦେବୀମାନେ ମଧ୍ୟ ପୂଜା ପାଇଥାନ୍ତି  । ପୂଜାରେ ଶ୍ରୀ ସତ୍ୟନାରାୟଣଙ୍କ ସହ ଶିବ, ଦୁର୍ଗା, ସୂର୍ଯ୍ୟ ଓ ଗଣେଶ ଠାକୁର ଆଦି ପୂଜା ପାଇଥାନ୍ତି  । ପ୍ରାୟ ପଞ୍ଚଦଶକରୁ ଆରମ୍ଭ ହୋଇଥିବା ଏହି ପୂଜା ପ୍ରତିବର୍ଷ ଚନ୍ଦନ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିବ  । ଏହି ପୂଜାନୁଷ୍ଠାନରେ ପ୍ରତ୍ୟହ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଥିବା ବେଳେ କମିଟିର ସମସ୍ତ ସଭ୍ୟାସଭ୍ୟଙ୍କ ସହଯୋଗ ନେଇ ସଭାପତି ଅଜୟ ଦାଶ, ସମ୍ପାଦକ ଜ୍ଞାନରଞ୍ଜନ ସାହୁ, ଉପ-ସଭାପତି ସୁଶାନ୍ତ ପରିଡା, ସହ ସମ୍ପାଦକ ଭରତ ଚନ୍ଦ୍ର ବାରିକ୍, କୋଷାଧ୍ୟକ୍ଷ ଦୟାନିଧି ଦାଶ ସୂଚନା ଦେଇଛନ୍ତି