ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରାଜେଶଙ୍କ କୃତିତ୍ୱ
ତାଳଚେର : ଅଲ୍ ଓଡ଼ିଶା ୨୦୨୫ ରାଜା ପ୍ରବୋଧ ଚନ୍ଦ୍ର ଧୀର ବୀରବର ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ ଉଦ୍ଘାଟନ କରିଥିଲେ । ସିନିୟର ୧୦ ମିଟର ଏୟାର ରାଇଫଲ ସୁଟିଙ୍ଗରେ ଦ୍ୱିତୀୟ ସ୍ଥାନ ରଖି ସିଲଭର ମେଡାଲ ପାଇଲେ ରାଜେଶ ଦାସ । ରାଜେଶ ପୂର୍ବରୁ ଜାତୀୟ ଟାଇକୋଣ୍ଡୋରେ ଗୋଲ୍ଡ ମେଡାଲ ଓ ଜାତୀୟ ଭାରଉତ୍ତୋଳନରେ ମଧ୍ୟ ଗୋଲ୍ଡ ମେଡାଲ ପାଇଛନ୍ତି । ସେ ଏବେ ଆଇନଜୀବୀ ଭାବେ ତାଳଚେର କୋର୍ଟରେ କାର୍ଯ୍ୟରତ । ଆଗକୁ ରାଜ୍ୟ ଓ ଜାତୀୟସ୍ତରରେ ତାଳଚେର ତଥା ଅନୁଗୁଳ ଜିଲ୍ଲା ପାଇଁ ମେଡାଲ ଆଣିବାକୁ ଚେଷ୍ଟା କରିବି ବୋଲି ରାଜେଶ କହିଛନ୍ତି । ଏହି ସଫଳତା ପାଇଁ ସେ ଶରତ ଦେବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।