ବନ୍ଧୁତ୍ୱ ଦିବସରେ ରକ୍ତଦାନ ଶିବିର
ଆସିକା : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରେ ଆସିକା ସୁଗାର ଟାଉନ ଜେସିସ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜେସିବି ଶିବଶଙ୍କର ପାତ୍ରଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ଥାନା ଉପ ଆରକ୍ଷୀ ଅଧିକାରୀ ହିମାଂଶୁ ଶେଖର ପାତ୍ର ଉଦଘାଟନ କରିବା ସହ ରକ୍ତ ଦାନ କରି ଏହି ମହତ୍ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଜେସି ଜଗନ୍ନାଥ ପଢ଼ିହାରୀ, ପୂର୍ବତନ ସଭାପତି ଜେସିଏ ଶିବଶଙ୍କର ପାତ୍ର, ପ୍ରକଳ୍ପ ନିଦେ୍ର୍ଦଶକ ଜେସି ଏସ୍ ସତ୍ୟ ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ରକ୍ତଦାନ ଶିବିରରେ ପୂର୍ବତନ ସଭାପତି ଜେସି ସଞ୍ଜୟ କୁମାର ପାତ୍ର, ଜେସି ଜିତେନ୍ଦ୍ର ପାତ୍ର, ଜେସି ବଦ୍ରୀନାଥ ପାତ୍ର, ଜେସି କିରଣ କୁମାର ପାଢ଼ୀ, ଜେସି କେ ସତ୍ୟ ନାରାୟଣ ପାତ୍ର, ଜେସି ଆଶିଶ କୁମାର ପାତ୍ର, ଜେସି ସୁରେଶ କୁମାର ପାତ୍ର, ଜେସି ଟି ସିଦ୍ଧାର୍ଥ ସୁବୁଦ୍ଧି, ଜେସି ସୁବୋଧ ରଞ୍ଜନ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।