ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

 ବୈଶିଙ୍ଗା : ଆମ୍ବଗାଡ଼ିଆ ପଞ୍ଚାୟତ ଭଗବାନପୁର  ଗ୍ରାମର ଯୁବ ସମାଜସେବୀ ତଥା ପରିବେଶବିତ୍ ଏବଂ ସୀମାନ୍ତବର୍ତ୍ତୀ ରୁପସା ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଭାବେ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରୁପ୍ସା ଓ ଆମ୍ବଗାଡ଼ିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଏବଂ ବିଦ୍ୟାଳୟମାନଙ୍କରେ ଆୟୋଜିତ ହୋଇଯାଇଛି । ଜୈବ ବିବିଧତା, ବନ୍ୟାପ୍ରାଣୀ ସୁରକ୍ଷା, ପରିବେଶ ସନ୍ତୁଳନ ବନ୍ୟପ୍ରାଣୀ ସଂରକ୍ଷଣ, ପଶୁପକ୍ଷୀ, ସରୀସୃପ ମାନଙ୍କର ଆବଶ୍ୟକତା ତଥା ଜଙ୍ଗଲ ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ସିଂହ, ବାରହା, କୁଟୁରା, ବଜ୍ରକାପ୍ତା, ଇତ୍ୟାଦି ଅନେକ ବନ୍ୟପ୍ରାଣୀ ମାନଙ୍କର ଉପକାରିତା ସମ୍ପର୍କରେ  ଦେବେନ୍ଦ୍ର ଆଚାର୍ଯ୍ୟ ଆମ୍ବଗାଡ଼ିଆ ଓ ରୁପ୍ସା ଅଞ୍ଚଳରେ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ଓ ବିଦ୍ୟାଳୟ ବିଦ୍ୟାଳୟ ବୁଲି ବୁଲି ସଚେନତାର ବାର୍ତ୍ତା ବାଣ୍ଟିବା ସହ ଆମେ କିପରି ପରିବେଶ ସୁରକ୍ଷା କରିବା ସହ ବନ୍ୟାପ୍ରାଣୀ ମାନଙ୍କୁ ଆମର ଆବଶ୍ୟକତା ଓ ଟଙ୍କାର ପ୍ରଲୋଭନରେ ବନ୍ୟଜନ୍ତୁ ମାନଙ୍କୁ ହତ୍ୟା ନ କରିବା ପାଇଁ ନିଜେ ସଚେତନ ହେବା ସହ ଅନ୍ୟମାନେ କିପରି ସଚେତନ ହେବେ ସେ ସମ୍ପର୍କରେ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଭଗବାନପୁର ପ୍ରାଥମିକ ବିଦ୍ୟାଳୟ, କସିପଦା ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ହୀରାପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବାମୋଡ଼ା  ଉଚ୍ଚ ବିଦ୍ୟାଳୟମାନଙ୍କରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଯୋଗେଶ୍ୱର ବେହେରା, ଶୁଭାଶିଷ ମହାନ୍ତି, ଅନ୍ତର୍ଯ୍ୟାମୀ ମହାପାତ୍ର, ଭକ୍ତିରାଣୀ ମହାନ୍ତି, ସରୋଜିନୀ ରାଉତ୍, କ୍ରୀଷ୍ଣାରାଣୀ ଚାନ୍ଦ, କାହ୍ନୁସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।