ବନ୍ୟା ଆସନ୍ନ, ଉଛୁଳିଲା ବୁଢାବଳଙ୍ଗ ,ବ୍ୟାପକ ଚାଷଜମି ନଷ୍ଟ, ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ
ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ବାତ୍ୟା "ଦାନା' ପ୍ରକୋପରେ ପାଚିଲା ଧାନ ସହିତ ବହୁ କ୍ଷୟ କ୍ଷତି ହୋଇ ଯାଇଥିବା ବେଳେ ପୁଣି ବୁଢ଼ାବଳଙ୍ଗରେ ଆସନ୍ନ ବନ୍ୟା ଉପକୂଳବାସୀଙ୍କ ନିଦ ହଜାଇ ଦେଇଛି । ନଦୀର ଉପର ମୁଣ୍ଡାର ଶିମିଳିପାଳରେ ପ୍ରଚୁର ବର୍ଷା ହୋଇଯାଇଥିବାରୁ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ନଦୀଜଳ ବାରିପଦା ଠାରେ ବିପଦ ସଙ୍କେତ ସୀମାରେ ରହିଛି । ପୋଲ ନିକଟରେ ପହଞ୍ଚିବା ପରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ରୂପ ନେଇଥିବାର ଜଣାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ନାଖରା ପୋଲ ନିକଟରେ ପହଞ୍ଚି ଆସନ୍ନ ବନ୍ୟାର ସ୍ଥିତି ଅନୁଧ୍ୟାନ କରି ଫେରିଯିବା ପରେ ନୋଡାଲ ଅଫିସର ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି, ସଦର ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବେତନଟୀ ବିଡିଓ ଗୋପିନାଥ ଖଖା, ତହସିଲଦାର ସୁରଥ ଚନ୍ଦ୍ର ରାଉତ,ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନାଧିକାରୀ ତପନ ପ୍ରଧାନ, ଏଡିଏମ୍ ନେତ୍ରାନନ୍ଦ ମଲ୍ଲିକÿ, ବଡ଼ସାହି ବିଡିଓ ବନଜା ଦାସ, ବଡ଼ସାହି ତହସିଲଦାର ପତିତପାବନ ଦେବତା ପ୍ରମୁଖ ନାଖରା ଠାରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଥିବାର ଦେଖିବାକୁ ମିଳିଥିଲା । ବନ୍ୟା ମୁକାବିଲା ପାଇଁ ବେତନଟୀ ଅଗ୍ନିଶମ ବାହିନୀ,ଓଡ୍ରାଫ୍ ଟିମ୍ ଓ ରିଜର୍ଭ ପୋଲିସ ବାହିନୀ ମୁତୟନ କରାଯାଇଥିବାର ଜଣାଯାଇଛି । ବୁଢାବଳଙ୍ଗ ବନ୍ୟାଜଳ ଉଛୁଳିବା ଯୋଗୁଁ ପାଟଳିପୁରା ଅଞ୍ଚଳର ଇଟା ଭାଟି ଅଞ୍ଚଳ ସହିତ ଧାନ ବିଲଗୁଡ଼ିକରେ ସମୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ଦେଖାଯାଇଛି । ସେହିପରି ଗଙ୍ଗାହାର ନଦୀରେ ବନ୍ୟାଜଳ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ସହିତ ମାଣତ୍ରୀରୁ ଭୀମଦା ଯାତାୟାତରେ ବନ୍ଦ ହୋଇଯାଇଥିବାର ଦେଖାଯାଇଛି । ବନ୍ୟା ଆଶଙ୍କାର ଖବର ପାଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ମଧ୍ୟ ପହଞ୍ଚି ବିନୀତ ଭରଦ୍ୱାଜଙ୍କ ସହିତ ସ୍ଥିତି ସମୀକ୍ଷା କରିଥିବା ଜଣାପଡ଼ିଛି ।
ବଡ଼ସାହି: ବାତ୍ୟା ଦାନା ପନିପରିବା ସହିତ ମୁଖ୍ୟତଃ ଧାନ ଫସଲ ଉପରେ ଦାଉ ସାଧି ଉଭାନ ହୋଇଯାଇଥିଲେ ହେଁ ଏବେ ନଦୀକୂଳ ବାସୀଙ୍କୁ ସମ୍ଭାବ୍ୟ ବନ୍ୟା ଆଶଙ୍କା ଘାରିଲାଣି । ବଡ଼ସାହି ବ୍ଲକ୍ ମଧ୍ୟ ଦେଇ ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀ ପ୍ରବାହିତ ।ବାତ୍ୟା ପ୍ରଭାବରେ ନଦୀର ଉପର ଭାଗରେ ଅଧିକ ବର୍ଷା ହୋଇଥିବାରୁ ଏବେ ଉଭୟ ନଦୀର ଜଳ ସ୍ତର ଫୁଲିବାରେ ଲାଗିଛି ।ଗଙ୍ଗାହାର ଅପେକ୍ଷା ବୁଢାବଳଙ୍ଗ ନଦୀର ଉଭୟ ପାର୍ଶ୍ୱର ବନ୍ୟା ପାଣି କୂଳ ଲଂଘିବା ଆରମ୍ଭ ହୋଇଛି ।ଫଳରେ ନଦୀ ସଂଲଗ୍ନ ପାଳ ଜମି ସହିତ ଧାନ ବିଲରେ ପାଣି ମାଡ଼ି ଗଲାଣି ।ମାତ୍ର ମନ୍ଥର ଗତିରେ ପାଣି ମାଡୁ ଥିବାରୁ ଲୋକେ ଅଧିକ ଆତଙ୍କିତ ହୋଇ ନଥିଲେ ମଧ୍ୟ ବନ୍ୟାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ବ୍ଲକର ବଡ଼ସାହି ପଞ୍ଚାୟତର ବେଲପାଳ, ଖୁଣ୍ଟାପାଳ ଗ୍ରାମ ସହିତ ତଳ ଅଞ୍ଚଳ ଚନ୍ଦନପୁର, ମାଣତ୍ରୀ ଓ ମାନଗୋବିନ୍ଦପୁର ପଞ୍ଚାୟତର ନଦୀ ସଂଲଗ୍ନ ଗ୍ରାମ ଉକ୍ତ ବନ୍ୟାରେ ପ୍ରଭାବିତ ହେବା ଆଶଙ୍କା ଦେଖାଯାଇଛି ।