ବନ ମହୋତ୍ସବ ସପ୍ତାହ ପାଳିତ
ବାରଙ୍ଗ : ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ବାରଙ୍ଗ ସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟର ରୋଭର୍ସ ଏବଂ ରେଞ୍ଜର୍ସ ୟୁନିଟ୍ ପକ୍ଷରୁ କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ମିଳିତ ଭାବରେ ବନ ମହୋତ୍ସବ ସପ୍ତାହ-୨୦୨୫ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଲିପିପୁଷ୍ପା ନାୟକ ଏବଂ ଉକ୍ତ ମହାବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପିକା ତଥା ରେଞ୍ଜର୍ ଡ. ଜୟଶ୍ରୀ ନନ୍ଦ ଉପସ୍ଥିତ ରହି ରୋଭର୍ ଓ ରେଞ୍ଜର୍ କ୍ୟାଡେଟମାନଙ୍କୁ ଉସôାହିତ କରିଥିଲେ । ଏହି ଅବସରରେ ସେମାନେ ମହାବିଦ୍ୟାଳୟ ପରିସର ଓ ଏହାର ଚତୁର୍ପାର୍ଶ୍ୱରେ ସବୁଜ ବୃକ୍ଷ ଓ ଫଳଚାରା ରୋପଣ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସନ୍ଦୀପ ରାଉତ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜପ୍ରତାପ, କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ, ଶିକ୍ଷାର୍ଥୀ କଲ୍ୟାଣ ବିଭାଗ ଡିନ୍ ପ୍ରାଧ୍ୟାପକ ଜୟପ୍ରକାଶ ଭଟ୍ଟ, ଏବଂ କୃଷି ବିଭାଗ ଡିନ୍ ପ୍ରାଧ୍ୟାପକ ଏସ୍.କୁମାର ସ୍ୱାମୀ ପ୍ରମୁଖ ଦୁଇ ଆୟୋଜକ ଶିକ୍ଷାନୁଷ୍ଠାନର ଉଦ୍ୟୋକ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ ।
ବଲାଙ୍ଗିର : ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ ସ୍କୁଲ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ସଭାପତି ନାରାୟଣ ସାହୁ, ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର, ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଆକାଶ ବିଶ୍ୱାଲ, ସଦସ୍ୟ ରଘୁନାଥ ସାହୁ, ଶ୍ରୀପତି ବିଶ୍ୱାଲ, ମୁକେଶ ପ୍ରଧାନ, ସନତ ସାହୁ, ମଣ୍ଟୁ ସାହୁ, ନିଳାଚଳ ପାତ୍ର, ନେତାଜୀ ଗଡତ୍ୟା, ଜାମବେଦ ବିଶ୍ୱାଲ, ଅଗଦଲ ଗଡତ୍ୟା, ଜୟ କୁମାର ସାହୁ, ଧରଣୀ ସାହୁ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସମସ୍ତ ଛାତ୍ରଛାତ୍ରୀ ନିଜ ବାଡିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାର ଯନô ନେବା ପାଇଁ ପରିବେଶ ପ୍ରେମୀ ଅସୀମ ଭୋଇ ପରାମର୍ଶ ଦେଇଛନ୍ତି ।