ବରିଷ୍ଠ ନାଗରିକ ମଞ୍ଚର ବୈଠକ

 ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସଭାପତି ରବୀନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଦସ୍ୟ ଉପସ୍ଥିତ ରହି ଆଗକୁ ବୃକ୍ଷ ରୋପଣ, ବଜାର ଓ ଗ୍ରାମାଞ୍ଚଳର ସଫେଇ, ଚିକିତ୍ସା ଶିବିର ଆୟୋଜନ ଆଦି କାର୍ଯ୍ୟ କରିବା ଦିଗରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସହସମ୍ପାଦକ ପ୍ରଦୀପ୍ତ ପୃଷ୍ଟି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମଞ୍ଚ ସମ୍ପାଦକ ବିଷ୍ଣୁ ଚରଣ ମୁଦୁଲି ପୂର୍ବ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ଉପ ସଭାପତି ମାନଭଞ୍ଜନ ରାଉତ ରାୟ, ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ, ଉପେନ୍ଦ୍ର ନାଥ ସ୍ୱାଇଁ, ଶରତ ଚନ୍ଦ୍ର ଦାସ, ଇନ୍ଦ୍ରମଣି ସାମଲ, ନେତ୍ରାନନ୍ଦ ସିଂହ, ଚନ୍ଦ୍ର ଶେଖର ରାଉତ, ବିପିନ ବିହାରୀ ଜେନା, ପ୍ରଶନ୍ନ କୁମାର ପରିଡା, ଅନନ୍ତ ନାରାୟଣ ମହାନ୍ତି, ନଟବର ସାମଲ, ପୂର୍ଣ୍ଣଚନ୍ଦ୍ର ସାହୁ, ଅମୀୟ କୁମାର ବଳ, ଶ୍ୟାମ ସୁନ୍ଦର ଦାସ, ନାରାୟଣ ପରିଡା, ନୃସିଂହ ଚରଣ ବାରିକ, ରାମଚନ୍ଦ୍ର କର, ଉପେନ୍ଦ୍ର କୁମାର ସାମନ୍ତ ରାୟ, ଉମେଶ ଚନ୍ଦ୍ର ନାୟକ, ନିକୁଞ୍ଜ ବିହାରୀ ମିଶ୍ର, ବୈକୁଣ୍ଠନାଥ ବେହେରା, ଦୁଃଶାସନ ସାହୁ, କିରଣ କୁମାର ଶତପଥୀ, ଉମାକାନ୍ତ ଦାସ, ନଟବର ଦାସ, ସୁରେଶ ଚନ୍ଦ୍ର ନାୟକ, ନଟବର ସାହୁ, କିଶୋର ଚନ୍ଦ୍ର ବେହୁରା, ଦୀନବନ୍ଧୁ ବେହେରା, ରାଜେନ୍ଦ୍ର ପ୍ରସାଦ ସାମଲ, ରାମଚନ୍ଦ୍ର ବେହେରା, ଚିତରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତଥିଲେ ।