ବରୀରେ ବ୍ୟାପୁଛି ଝାଡ଼ାବାନ୍ତି 

 ବରୀ: ଯାଜପୁର ଜିଲ୍ଲାରେ ଏବେ ଡାଇରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବରୀ ବ୍ଲକରେ ଝଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୪ଦିନରେ ୪୦ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିସôିତ ହୋଇ ଘରକୁ ଫେରିଥିବା ଜଣାପଡିଛି  । ଆଜି ସକାଳୁ ବରୀ ବ୍ଲ ର ଇଶାଣପୁର ୧ଜଣ, ଅମଠପୁର ୨ଜଣ, ନହଣ ଜଣେ, ବାଲିବିଲି ୧ଜଣ, ଭଅଁରା ୧ଜଣ, ମିଳିମିଳାପୁର ୧ଜଣ, ଅନ୍ୟାସପୁର ୧ଜଣ, ସଙ୍ଗୋଗଦେଇପୁର ୧ଜଣ ଡ଼ାଇରିଆ ରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟ୍ୟରୁ ୮ ଜଣ ଚିକିସôା ହେଇ ଘରକୁ ଫେରିଥିବା ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟଚିକିସôା ଅଧିକାରି ଡାକ୍ତର ସବ୍ୟସାଚୀ ଦାସ ସୂଚନା ଦେଇଛନ୍ତି  ।