ବରୁଣ୍ଡାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ହେଉ
ବୈତରଣୀ ରୋଡ଼ : କୋରେଇ ବ୍ଲକ ବରୁଣ୍ଡାଇ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର କରିବାକୁ ଦାବି ହୋଇଛି । ବରୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅମୃତିଆ, ବନ୍ଦାଳୋ, ମକୁନ୍ଦପୁର, ବରୁଣ୍ଡାଇ, ତାରାକୋଟ, ଗୌରପୁର, ରଣପୁର ସମେତ ଭଦ୍ରକ ଜିଲ୍ଲା ଓ କେନ୍ଦୁଝର ଜିଲା ଜିଲାର ଆଂଶିକ ଲୋକ ଏହା ଉପରେ ନିର୍ଭର କରନ୍ତି । ହେଲେ ନାନା ସମସ୍ୟା ଭିତରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଭର କରୁଛି । ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅସ୍ୱାସ୍ଥ୍ୟକର ପରିବଶେରେ ଗତି କରୁଛି । ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନଥିବାରୁ ପଶୁମାନଙ୍କ ଦୌରାମ୍ୟ ସମେତ ଅସାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଡାକ୍ତରମାନଙ୍କ ରହିବା ପାଇଁ କ୍ୱାଟର ଅଭାବରହିଛି । ଏମିତିକି ଅନେକ ସମସ୍ୟାରେ ଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଅଂଚଳବାସୀ ୨୪ଘଂଟିଆ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଞ୍ଚଳିକ ହସପିଟାଲ କରିବାକୁ ଦାବି ହୋଇଛି । ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର କଲେ ସ୍ଥାନୀୟ ଅଧିବାସୀ ୨୪ଘଂଟିଆ ସେବା ପାଇବା ସହ ସେମାନଙ୍କ ସମସ୍ୟା ଦୂରହେବ । ଏନେଇ ଅଂଚଳବାସୀଙ୍କ ପକ୍ଷରୁ ବିଧାୟକ, ଜିଲାପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖକୁ ଲିଖିତ ଭାବେ ଦାବି କରାଯାଇଛି । ବରୁଣ୍ଡେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଇବା ଦିଗରେ ସରକାର ପଦକ୍ଷେପ ନେବା ସହ ବିଧାୟକ ସ୍ୱତନ୍ତ୍ର ଦୃଷ୍ଟି