ବସଷ୍ଟାଣ୍ଡରେ ମଦ୍ୟପଙ୍କ ଆଡ୍ଡା

 କାକଟପୁର : ଗତ କିଛି ଦିନ ଧରି ହେବ କାକଟପୁର ବସଷ୍ଟାଣ୍ଡରେ ରାତ୍ର ୯ଟା ପରେ ମଦ୍ୟପ ମାନଙ୍କର ଆଡ୍ଡା ଜମୁଥିବାରୁ ଏ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ବସଷ୍ଟାଣ୍ଡରେ ନିୟୋଜିତ ହୋଇଥିବା କର୍ମଚାରୀ ଓ ସିକୁ୍ୟରିଟି କିମ୍ବା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାର ନାହିଁ  । ଖବରରୁ ପ୍ରକାଶ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦୀର୍ଘ ଦିନ ଦାବି ପରେ କାକଟପୁରଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ସୁଦ୍ଧା ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧା ମିଳୁ ନାହିଁ  । ସୁରକ୍ଷା ପାଇଁ ଦିବା ରାତ୍ର ସିକୁ୍ୟରିଟି ଗାର୍ଡ ଡିଉଟି କରୁଛନ୍ତି ବୋଲି କାଗଜ ପତ୍ର କହୁଛି  । କିନ୍ତୁ ବାସ୍ତବ ଚିତ୍ର ଅଲଗା  । ବସଷ୍ଟାଣ୍ଡର ଯେଉଁଆଡେ ଦେଖିବ ଖାଲି ପାଣି ବୋତଲ ଓ ମଦ କାଚ ଗଦା ଗଦା ହୋଇ ପଡିଛି  । ମଦ୍ୟପମାନେ ବହୁ ଚଞ୍ଚକତାରେ ବସଷ୍ଟାଣ୍ଡ ପରିସରରେ ଅନ୍ଧାରୁଆ ଜାଗା, ବସ ପଛ ପଟ ଓ ବସ ଛାତ ଉପରେ ବସି ମଦ୍ୟପାନ କରିବା ଶହ ଯାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ଅଭିଯୋଗ ହେଉଛି  । ଏଥିପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନ ଓ ପୁରୀ ଜିଲ୍ଲା ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଉଛି  ।