ବସୁମାତାଙ୍କୁ ସ୍ନାନ କରାଇ ପୂଜିଲେ ଗୃହିଣୀ
ଯାଜପୁର: ଆଧୁନିକ ଯୁଗର ସଭ୍ୟତା ଗଢି ଉଠିଥିଲେ ମଧ୍ୟ ଓଡ଼ିଆ ସଂସ୍କୃତିକୁ ଭୁଲି ନାହାଁନ୍ତି ଘରର ବୋହୂମାନେ । ଓଡ଼ିଶାର ଘରେ ଘରେ ପାଳନ ହୋଇଥିବା ରଜପର୍ବକୁ ବିଦାୟ ଦେବା ସହ ଭଲ ଚାଷ ମନାସୀ ଗୃହିଣୀ ବସୁମାତାକୁ ହଳଦି ପାଣିରେ ସ୍ନାନ କରାଇଥିଲେ । ରଜ ପରଦିନ ପରମ୍ପରାର ସମ୍ମିଳିତ ଭିତରେ ବସୁମାତାଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଇଥିଲା । ଧରିତ୍ରୀ ରଜସ୍ୱଳା ଥିବା ଯୋଗୁଁ, ହଳଦୀ ପାଣିରେ ଗାଧୋଇ ଦିଆଯାଇ, ଫୁଲ ଓ ବିଭିନ୍ନ ପୁଜା ଉପକରଣରେ ବସୁମାତାଙ୍କୁ ପୁଜା ଅର୍ଚ୍ଚନା କରିଥିଲେ ଗୃହିଣୀ ମାନେ ।