ବାଜପେୟୀଙ୍କ ଏକଶତ ଜନ୍ମଦିନ ପାଳନ 

ବ୍ୟାସନଗର: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜନ୍ମଦିନ ଅମୁଲ୍ୟ କୁମାର ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଦିବସରେ ବ୍ୟାସଦେବ ମଣ୍ଡଳର ପୂର୍ବତନ ସଭାପତି ବିଜୟ କୁମାର ପଣ୍ଡା, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ରବିନାରାୟଣ ରାଉତ, ଜଗବନ୍ଧୁ ସାହୁ ଯୋଗଦେଇ ନିଜ ନିଜ ଅଭିବକ୍ତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣ ଦାସ, ଜାନକୀ ମଳିକ, ଶ୍ୟାମ ମହାରଣା, ପ୍ରଶାନ୍ତ ମଲ୍ଲିକ, ହେମନ୍ତ ମଳିକ, ସନାତନ ସାହୁ, ବାବୁଲି ସେଠି, ଅଭିମନୁ୍ୟ ମିଶ୍ର, ବିପିନି ସାହା, ପ୍ରକାଶ କୁଣ୍ଡୁ, ଗୟା ସେଠି ପ୍ରମୁଖ ବିଜେପି କର୍ମୀ ଯୋଗ ଦେଇଥିଲେ ।