ବାର୍ଷିକୋତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ  

 ଛତ୍ରପୁର:  ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉସôବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତି ହୋଇଥିଲା  । ଏହିପ୍ରକାରେ ରବିବାର ଛତ୍ରପୁର ଷ୍ଟାଡିୟମ ପରିସରରେ ବରିଷ୍ଟ ନାଗରିକ ମାନଙ୍କ ମଧ୍ୟରେ ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ସେହିପରି କ୍ଲବ ପରିସରରେ ମହିଳା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା  । ଏହି ଦୁଇଟି ପ୍ରତିଯୋଗିତାର ବିଜେତା ମାନଙ୍କୁ ଆସନ୍ତା ୨ ତାରିଖରେ ହେବାକୁ ଥିବା ବାର୍ଷିକ ଉସôବରେ ପୁରସ୍କୃତ କରାଯିବ  । ସେହିପରି ସୋମବାର ଛାତ୍ର/ଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକୃତା ପ୍ରତିଯୋଗିତା ଏବଂ ଜାନୁୟାରୀ ୨୫ ତାରିଖରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ  । ଛତ୍ରପୁର ପ୍ରେସ କ୍ଲବ କେବଳ ଖବର ପରିବେଷଣ କରୁନାହିଁ ବରଂ ବହୁ ଜନହିତକର କାର୍ଯ୍ୟକ୍ରମ କରୁଛି ଏପରିକି ଦୁଇ ଥର ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି ବୋଲି ସଭାପତି ରବିନ୍ଦ୍ର ନାଥ ପଣ୍ଡା ଓ ସଂପାଦକ ସନ୍ତୋଷ ପାଢୀ କହିଛନ୍ତି  । ଆଗାମୀ ଦିନରେ ମଧ୍ୟ ଏହିପରି ଜନହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି  । ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ ସାମ୍ୱାଦିକ ଭାଇ ମାନେ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ  ।