ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ସିଂହପୁର : ପିକେୟଜିଏମଇ. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉସôବ ବାଛୋଳ କ୍ଲଷ୍ଟରର ପୂର୍ବତନ ସଂଯୋଜକ ବିଜୟ କୁମାର ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ କାଙ୍ଗାଳି ଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ବେହୁରିଆ, ପଂଚସଖା ଶିକ୍ଷା ସେତୁର ଅଧ୍ୟକ୍ଷ ରାମେଶ୍ୱର ବାରିକ୍, ବିଞ୍ଝାରପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବଳ, କାଣ୍ଡିସାହି କ୍ଲଷ୍ଟର ସଂଯୋଜକ ପ୍ରିୟଦର୍ଶିନୀ ପରିଡ଼ା, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁସାନ୍ତ କୁମାର ମଲିକ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନାରାଣୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ମନୋଜ କୁମାର ସାମଲ, ସତ୍ୟଜିତ୍ ମଲିକ୍, ଅଶୋକ କୁମାର ଜେନା, ଶିକ୍ଷୟିତ୍ରୀ ବିମ୍ବଳା ମଲିକ୍, ମୋନାଲିସା ନାୟକ, ସହଯୋଗୀ ଶିକ୍ଷୟିତ୍ରୀ ରଶ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।