ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ଅଭିଯାନ
ଯାଜପୁର ଟାଉନ : ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ନିଷେଧ ପାଇଁ ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଓଡ଼ିଶା ସପ୍ତାହ ବ୍ୟାପୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଉକ୍ତ ସଭାରେ ସମାଜ କଲ୍ୟାଣ ବିଭାଗ, ଯାଜପୁରର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ପାର୍ବତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଦେବଲାଲ ମଲ୍ଲିକ ଯୋଗଦେଇଥିଲେ । ସଭାରେ ବାଲ୍ୟ ବିବାହ ନିଷେଧ ପାଇଁ ଆଲୋଚନା କରାଯାଇଥିଲା । ସଭାରେ ୪୦ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା ଉପସ୍ଥିତ ଥିଲେ । ସଭା ପରେ ସଚେତନ ପଦଯାତ୍ରା ହୋଇଥିଲା ।ସଭାକୁ ଯାଜପୁର ସଦର ସିଡିପିଓ ବଜମ ଆରା ବେଗମ୍ ଆୟୋଜନ କରିଥିଲେ । ଏହା ସହିତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସରୋଜିନୀ ଦାସ ଓ ଜିଲ୍ଲା ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ, ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ଘଡ଼େଇ ଏବଂ ଓଏସସିର ବିଭିନ୍ନ କର୍ମକର୍ତ୍ତା ଯୋଗଦେଇଥିଲେ ।