ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
ରାଜନଗର: ରାଜନଗର ବ୍ଲକ୍ ଚାନ୍ଦିବାଉଁଶମୂଳ ସ୍ଥିତ ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ସଯୋଜକ ଅଧ୍ୟାପକ ବନୋଜ ପରିଡ଼ା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବୌ÷ଲୋଚନ ରାଉତ, ଗିରିଶ ନାୟକ, ଉମାକାନ୍ତ ମିଶ୍ର, ଖେଳ ଶିକ୍ଷକ କିଶୋର ଚୌଧୁରୀ, ଅଧ୍ୟାପିକା ଜ୍ୟୋସ୍ନାବାଳା ଦାଶ, ଚୌଧୁରୀ ଜୟନ୍ତ କୁମାର ପ୍ରହରାଜ, ସୁଚିତ୍ରା ବଳ, ବସନ୍ତ ରାଉଳ, ଯାମିନୀକାନ୍ତ ରାଉଳ, ଅଶୋକ ରାଉତ, ପୁଷ୍ପଲତା ରାଉତ ଓ ଦିଗମ୍ବର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ପ୍ରଶିକ୍ଷିକା ପ୍ରୀତିପ୍ରଭା ରାଉତ ଏହି ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।