ବାସ୍କେଟବଲ୍ ପାଇଁ ଜିଲ୍ଲା ଦଳ ଘୋଷିତ
ଉଦ୍ରକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନିଷ୍ଟ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଯାଉଥିବା ୬୧ ତମ ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଲାଗି ଭଦ୍ରକ ଜିଲ୍ଲାର ବାଳକ ବାଳିକା ଦଳ ଘୋଷଣା ହୋଇଛି । ଏହି ପ୍ରତିଯୋଗିତା ୨୯ ଜୁନ୍ରୁ ୨ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିଲାଗି ଭଦ୍ରକ ୧୨ ବାଳକ ଓ ବାଳିକା ଖେଳାଳିଙ୍କ ନାମ ଘୋଷଣା କରିଛି । ଦଳକୁ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇଛନ୍ତି । ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଲ୍ କୁମାର ରାଏ, ସ୍ୱତନ୍ତ୍ର କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ଓ ବାସ୍କେଟବଲ୍ କୋଚ୍ ମନୋଜ ସାହୁ ପ୍ରମୁଖ ଖେଳାଳିଙ୍କୁ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିବାକୁ ଶୁଭକାମନା ଜଣାଇଛନ୍ତି ।
ଏହି ଦଳ ସହିତ ପାପାଲି ପାତ୍ର, ମନୋଜ ମହାନ୍ତି, କୋଚ୍ ଓ ମ୍ୟାନେଜର ଭାବରେ ସ୍ୱୟଂମ୍ ସମ୍ଭବ ଦାଶ୍ ଓ ସୂର୍ଯ୍ୟକାନ୍ତ ରାଉଳ ଯାତ୍ରା କରୁଛନ୍ତି । ଚୟନ ଖେଳାଳିଙ୍କ ମଧ୍ୟରୁ ବାଳିକା ବର୍ଗରେ ଆଦ୍ୟାଶା ଆଦିତି ବେହେରା, ଦେବସ୍ମିତା ଜେନା, ଲିପଶିଖା ମହାଳିକ, ସୋପ୍ନା ରାଣି ସେଠୀ, ଜିସମୟୀ ନାୟକ, ପ୍ରିୟଙ୍କା ତ୍ରିପାଠୀ, ଶୁଶ୍ରୀ ସଙ୍ଗିତା ମହାନ୍ତି, ସୋନି ସୁହାନି ମହାପାତ୍ର, ପଦ୍ମଜା ପ୍ରିୟଦର୍ଶିନୀ ଦାସ, ସ୍ୱୟଂଶ୍ରୀ ଭଞ୍ଜ, ନୱେଷ୍ଠା ନସିମ୍ ଓ ଜ୍ଞାନ ପ୍ରଭା ସାହୁ ଅନ୍ତର୍ଭୁକ୍ତ । ସେହିପରି ବାଳକ ଦଳରେ ସୌରଭ ନାୟକ, ଆଦିତ୍ୟ ଚୌଧୁରୀ ,ସୁମିତ୍ ନାୟକ, ରାହୁଲ ପଣ୍ଡା, ଜୀବନ ଜ୍ୟୋତି ମଲିକ, ସିଦ୍ଧାର୍ଥ ମହାନ୍ତି, ସାଇ ସୁଭଙ୍କର ପଣ୍ଡା, ସତ୍ୟ ରଞ୍ଜନ ନାୟକ, ଆକୁଦାସ ଅମିନ୍ ଖାନ୍, ରୁଦ୍ରାକ୍ଷ ମହାରଣା, ଲକ୍ଷ୍ମି ନାରାୟଣ ପଣ୍ଡା ଓ ସୂର୍ଯ୍ୟ ପ୍ରକାଶ ସେଠୀ ଅନ୍ତର୍ଭୁକ୍ତ ।