ବାହିନୀପତିଙ୍କ ନିଲମ୍ବନକୁ ନେଇ ପ୍ରତିବାଦ ସଭା

 ଢେଙ୍କାନାଳ : ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନକୁ ନେଇ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ଠାରେ ପ୍ରତିବାଦ ସଭା ସହ କୁଶ ପୁତ୍ତଳିକା ଦାହ କରାଯାଇଛି । ଏଆଇ ସିସି ସମ୍ପାଦିକା ମନସା ତ୍ରିପାଠୀ ଙ୍କ ନେତୃତ୍ୱ ଓ ବହୁ କଂଗ୍ରେସ କର୍ମୀ  ଆମ୍ବେଦକର ଛକ ଠାରେ ପ୍ରତିବାଦ କରିଥିଲେ । ଶାସକ ବିଜେପି ଦଳର ବିଧାୟକଙ୍କ ସମେତ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ବିରୋଧି ବିଧାୟକ ମାନଙ୍କୁ ଧସ୍ତା ଧସ୍ତି କରିବା, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କୁ ଠେଲିବା ଓ ତାଙ୍କ ସାର୍ଟକୁ ଧରି ବିଭିନ୍ନ ପ୍ରକାର ଗାଳିଗୁଲଜ କରିବାକୁ ନେଇ ପ୍ରତିବାଦରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହାକୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତୁଳିକା ଦାହ କରିଛନ୍ତି । ଏହା ସହିତ ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହୃତ କରିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ ନୈତିକତା ଦୃଷ୍ଟିରୁ ଇସ୍ତଫା ପ୍ରଦାନ କରିବା ନେଇ ଦାବି କରିଛିନ୍ତି  ।