ବାୟୁସେନା ଅଧିକାରୀଙ୍କ କ୍ୟାରିୟର କାଉନସେଲିଂ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତୀୟ ବାୟୁ ସେନା ପକ୍ଷରୁ ବାମନଘାଟି ଉପଖଣ୍ଡର ବିଜାତଳାର କେସିଡିସି ମହାବିଦ୍ୟାଳୟ, ରାଇରଙ୍ଗପୁର ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭାରତୀୟ ବାୟୁ ସେନାର ବିଭିନ୍ନ ବୈଷୟିକ ତଥା ଅଣ ବୈଷୟିକ ଚାକିରିରେ ଭର୍ତ୍ତି ପାଇଁ ବାୟୁସେନାର ଅଧିକାରୀମାନଙ୍କ ଦ୍ୱାରା କ୍ୟାରିୟର କାଉନସିଲିଂ(ବୃତ୍ତି ପରାମର୍ଶ) କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ୯- ଏଆରମେନ ସିଲେକ୍ସନ ସେଣ୍ଟରର ବାୟୁ ସେନା ସରଜେଣ୍ଟ ରବି ସିଂ, ସରଜେଣ୍ଟ ବିପିନ ସାହୁ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ ବସନ୍ତିଆ ପିଲାମାନଙ୍କ ସହିତ କାଉନସିଲିଂ କରିଥିଲେ । ବିଶେଷ କରି +୨ଉତ୍ତୀର୍ଣ୍ଣ ହେବା ପରେ ଯୁବକଯୁବତୀମାନେ ଭାରତୀୟ ବାୟୁସେନାର ଅଗ୍ନିବୀର ପାଇଁ କିପରି ଆବେଦନ କରିବେ ଓ ଏଥିପାଇଁ ଅନ୍ୟାନ୍ୟ ଯୋଗ୍ୟତା ସୂଚକ ମାପକାଠି ସମ୍ବନ୍ଧରେ ବାୟୁସେନାର ଅଧିକାରୀମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କ୍ୟାରିୟର ପରାମର୍ଶ କାର୍ଯ୍ୟକ୍ରମରେ କେସିଡିସି କଲେଜର ୨୦୦ ଜଣ, ରାଇରଙ୍ଗପୁର କଲେଜର ୧୬୦ ଜଣ ଓ ରାଇରଙ୍ଗପୁର ମହିଳା କଲେଜର ୧୮୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।