ବିକଶିତ କୃଷି ସଂକଳ୍ପ ଅଭିଯାନ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମରେ ଓଡିଶା ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନ୍ତର୍ଗତ କୃଷି ରଥକୁ ସ୍ୱାଗତ କରାଯାଇଥିଲା । ଏଥିସହିତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ବିଶାଲଖିଣ୍ଡା ଓ ଆଖପାଖ ଗ୍ରାମର ଲୋକଙ୍କୁ ସଚେତନ କରାଯାଇଥିଲା । ସିଫା ନିଦେ୍ର୍ଦଶକ ପ୍ରମୋଦ ସାହୁ, ସିଫା ବୈଜ୍ଞାନିକ ଅବିନାଶ ରସେଲ, ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ମୋନାଲିସା ପ୍ରଧାନ, ଡ.ଆଦିତ୍ୟ କିରଣ ପଢିଆରୀ, ଧନକଉଡା ବ୍ଲକ କୃଷି ଅଧିକାରୀ ସୁଭଶ୍ରୀ ପାଢୀ, ଧନକଉଡା ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ବେହେରା, ବିଶାଲଖିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସରିତା ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପ୍ରଧାନ, ପ୍ରଶାନ୍ତ ନାଗ, ଜୟନାରାୟଣ ସାହୁ, ସୁଧୀର ବାରିକ, ଦେବହୂତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରକୃତିବନ୍ଧୁ ଦେବାଶିଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
