ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଜିଲାସ୍ତରୀୟ ସମାବେଶ
କୁଆଖିଆ: ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଯାଜପୁର ଜିଲା ସ୍ତରୀୟ ଶ୍ରମିକ ସମାବେଶ ରସୁଲପୁର ବ୍ଲକର ବାରବାଟୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ସାମୁଖ୍ୟର ସଂଯୋଜକ ଜଗନ୍ନାଥ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ଅତିଥି ଭାବରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା ମେୟର ସୁବାସ ସିଂ, ସାଂସଦ ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଶ୍ରମିକ ସାମୁଖ୍ୟର ଉପଦେଷ୍ଟା ରାଜୀବ ମହାନ୍ତି ଏବଂ ସାମୁଖ୍ୟର ସମ୍ପାଦକ ପ୍ରଦୀପ କୁମାର ନାୟକ ଯୋଗଦେଇ ରାଜ୍ୟର କୁଶଳୀ ଓ ଅଣ କୁଶଳୀ ରେଜଷ୍ଟ୍ରିଭୁକ୍ତ ଶ୍ରମିକ ମାନଙ୍କ ସକାଶେ ନବୀନ ପଟ୍ଟନାୟକ ବହୁମୁଖୀ ଯୋଜନା କିପରି ଶ୍ରମିକ ମାନଙ୍କ ମୁହଁରେ ହସ ଫିଟାଇଛି । ଆଗାମୀ ଦିନରେ ଏହି ଶ୍ରମିକ ମାନଙ୍କ ସମସ୍ତ ସୁରକ୍ଷା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି ବୋଲି କହିଥିଲେ । ସମଗ୍ର ଯାଜପୁର ଜିଲାରେ ୧ ଲକ୍ଷ ୬୫ ହଜାର ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କୁ ୨୭ କୋଟି %୭ ଲକ୍ଷ ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ସେଥି ମଧ୍ୟରୁ୧୦ହଜାର୧୦ ହଜାର ଅଣ ସଂଗଠିତ ଶ୍ରମିକ ମାନଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ତତ୍ ସହିତ ରିକ୍ସା, ଅଟୋ ଚାଳକ, ମାନଙ୍କ ଉଦେ୍ଦଶ୍ୟରେ ଏକ କଲ୍ୟାଣ ବୋର୍ଡ ଗଠନ କରି ସେମାନଙ୍କୁ ସରକାରୀ ସୁବିଧା ମାଳ ଯୋଗାଇ ଦିଆଯାଇଛି । ସେହିପରି ମଧ୍ୟ ଆଶା, ଅଙ୍ଗନବାଡ଼ି ଓ ପାଚିକା କର୍ମୀଙ୍କ ପାଇଁ ମଧ ଭତା ବୃଦ୍ଧି କରି ସେମାନଙ୍କ ପରିବାରକୁ ସୁଖ,ସମୃଦ୍ଧିରେ ସହଯୋଗ କରାଯାଉଛି । ଏଥିପାଇଁ ଓଡିଶା ରାଜ୍ୟ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ସାମୁଖ୍ୟର କାର୍ଯ୍ୟକର୍ତ୍ତା ଅମୁଲ୍ୟ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହୃଷିକେଶ ସ୍ୱାଇ, ମାଧବଚନ୍ଦ୍ର ନାୟକ, ଗୋପାଳ ମହାରଣା, ରବିନ୍ଦ୍ର ସ୍ୱାଇଁ, ରଶ୍ମିତା ଦାସ, ଉତମ ବେହେରା ପ୍ରମୁଖ ସଦସ୍ୟ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।