ବିଜେପି ପକ୍ଷରୁ ସକ୍ରିୟ ସଦସ୍ୟ ସମ୍ମିଳନୀ
ଆନନ୍ଦପୁର : ବିଜେପି ଆନନ୍ଦପୁର ବିଧାନସଭା ମଣ୍ଡଳୀ ପକ୍ଷରୁ ଛେନାପଦୀ ଛକସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ପରିସରେ ସକ୍ରୀୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ସଭାପତିତ୍ୱ ଏବଂ ହାଟଡିହି ବ୍ଳକ ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାରଙ୍କ ସଂଯୋଜନାରେ ଅନୁଷ୍ଠିତ ସମିଳନୀରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ଜିଲା ସଭାପତି ଶୁକଦେବ ମହାନ୍ତ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠକ କିପରି ବୃଦ୍ଧି କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ବରିଷ୍ଠ ବିଜେପି ନେତା ତଥା ପୌରପରିଷଦ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ, ଜିଲା ଉପସଭାପତି ନିରାକାର ଦଳେଇ, ଅସୀମା ମିଶ୍ର, ଦେବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ହରିହର ମହାନ୍ତ, ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ପୌର ପରିଷଦ ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁ, ସନ୍ତୋଷ କୁମାର ଜେନା, ବରିଷ୍ଠ ମହିଳା ନେତ୍ରୀ ସୁମତୀ ଜେନା, ବବିତା ଶତପଥୀ, ମିନତୀ ଧଳ ମହାପାତ୍ର, ଦୀପ୍ତି ଖୁଣ୍ଟିଆ, ସୋନାଲି ମହାନ୍ତି, ପ୍ରଣୟିନୀ ନାୟକ, ତୃପ୍ତିମୟୀ ଜେନା, କନକଲତା ଜେନା, ଉଦୟନାଥ ରଣାଙ୍କ ସମେତ ୫ଶହରୁ ଅଧିକ ସକ୍ରୀୟ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।