ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା
ାା ପ୍ରଭାନୁ୍ୟଜ ।ା ଅନୁଗୁଳ, : ପଶ୍ଚିମବଙ୍ଗର ଏକ ମେଡ଼ିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ କୁର୍କମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହିକ୍ରମରେ ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ ଜଳାଇ ପଶ୍ଚିମବଙ୍ଗ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ । ଡାକ୍ତରଙ୍କର କୁର୍କମ ଓ ହତ୍ୟାରେ ସମ୍ପୃକ୍ତି ଥିବା ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ବିଶ୍ୱଜିତ ମିଶ୍ର, ସୋମନାଥ ରାଉତ, ବିଜୟ ମାଝୀ, ସିଦ୍ଧାର୍ଥ ରାଉତରାୟ, ବସନ୍ତ ମଞ୍ଜରୀ ପ୍ରଧାନ, ସୁଜାତା ଦାସ, ସରିତା ମିଶ୍ର, ନମିତା ଦଳ ବେହେରା, ଅପର୍ଣ୍ଣା ସାହୁ, ସୁଚିସ୍ମିତା ତ୍ରିପାଠୀ, ମଞ୍ଜୁଲତା ସାହୁ, ରୋଜାଲିନ ଦାସ, ଦିଲ୍ଲୀପ ଦାସ, ମିଳାପ ପ୍ରଧାନ, କୁନା ଗଡନାୟକ, ଅର୍ଜୁନ ମୁଦୁଲି, ପ୍ରଦୀପ ପ୍ରଧାନ, ପ୍ରକାଶ ମଙ୍ଗରାଜ, ସନ୍ତୋଷ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।