ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ
ବେତନଟୀ : ବନ୍ଧନ କଲ୍ୟାଣ ମଣ୍ଡପରେ ବଡସାହି ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେପି ସକ୍ରୀୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୩୫ ନଂ ମଣ୍ଡଳ ସଭାପତି ଜୀବନ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସବନା ମହାନ୍ତି, ସମ୍ମାନୀତଅତିଥି ଭାବେ ଲୋକପ୍ରିୟ ବଡସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ସକ୍ରିୟ ସଦସ୍ୟଙ୍କୁ ଦଳର ଆଗାମୀ ଦିନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କିପରି ଗ୍ରାମାଞ୍ଚଳର ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚô ପାରିବ ସେଥିପାଇଁ ସକ୍ରିୟ ସଦସ୍ୟ କାର୍ଯ୍ୟ କରିବେ ବୋଲି ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ୩୬ ମଣ୍ଡଳୀ ସଭାପତି ରାଜୀବ ନନ୍ଦୀ, ଯୁବ ସଂଗଠକ ଶାନ୍ତନୁ ପଣ୍ଡା, ହିମାଂଶୁ କବାଟ, ନୀରଞନ ମହାନ୍ତି, ରାକେଶ ମହାନ୍ତ, କେଶବ ନାଥ, ସଂଜୀବ ଜେନା, ସୈମ୍ୟ ମହାପାତ୍ର, ଅରୁପ ରଞ୍ଜନ ଲେଙ୍କା, ବିକାଶ ଦାସ, ବିର କିଶୋର ବିଶ୍ୱାଳ, ବ୍ରହ୍ମାନନ୍ଦ ପରିଡା, ଷୀତିଶ ମହାନ୍ତ , ସୁମନ୍ତ ପରିଡା, ଉତ୍ସର୍ଗ ବେହେରା, ଶାନ୍ତନୁ ଦଳେଇ, ଚନ୍ଦନ ପାତ୍ର, ରନôାକର ଜେନା, ଭବାନୀ ଶଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
