ବିଜୟର ଶ୍ରେୟ ଭୋଟରଙ୍କର’


 ତିହିଡି, : ଚଳିତ ନିର୍ବାଚନରେ ବାସୁଦେବପୁରରେ ଉଭୟ ବିଜେଡି ଓ ବିଜେପିକୁ ବାଜିମାତ୍ କରି କଂଗ୍ରେସ ପ୍ରାର୍ଥି ଅଶୋକ କୁମାର ଦାସ ବିଜୟର ତିଲକ ପିନ୍ଧିଛନ୍ତି । ଏହାର ଶ୍ରେୟ କେବଳ ଭୋଟର ବୋଲି କହିଛନ୍ତି ଶ୍ରୀ ଦାସ । ବିଗତ ଦିନରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଛି ସତ ହେଲେ କୌଣସି ସ୍ଥାନରେ ଆଖିଦୃଶିଆ ଉନ୍ନତି ହୋଇନାହିଁ । ମେଡିକାଲରେ ଭତ୍ତିଭୂମିର ବିକାଶ ହୋଇଛି ହେଲେ ଡାକ୍ତର ଓ କର୍ମ·ରୀର ଅଭାବ ହେତୁ ଭୁଷୁଡି ପଡିଛି ସ୍ୱାସ୍ଥ୍ୟ ସେବା । ଶିକ୍ଷା ଓ ଗମନାଗମନରେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ । ସାଧାରଣ ଜନତା ସୁଯୋଗ ଦେଇଛନ୍ତି ଆଗାମି ୫ ମଧ୍ୟରେ ସେମାନଙ୍କର ସେବା କରିବାର ସୁବ୍ୟବସ୍ଥା କରାଯିବ ବୋଲି ଗୁରୁବାର ତିହିଡି ବ୍ଲକ ଅଧିନ ସିନେ୍ଦାଳ ଓ ମଙ୍ଗଳପୁର ପଞ୍ଚାୟତ ଗସ୍ତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କର୍ମୀମାନେ ଶ୍ରୀ ଦାସଙ୍କୁ ମଙ୍ଗଳପୁର ପଞ୍ଚାୟତ ଅଧିନ କନାଟିଆରୁ ଏକ ଖୋଲା ଗାଡିରେ ପାଛୋଟି ନେଇଥିଲେ । ପରେ ମଙ୍ଗଳପୁର, କମାରିଆ, ସିନେ୍ଦାଳ, ଇନ୍ଦିରା, ସନ୍ଥପୁରା ଓ ଗନ୍ଧର୍ବପୋଖରୀ ଗାଁ ଆଦି ପରିକ୍ରମା କରି ସାଧାରଣ ଲୋକଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବରିଷ୍ଠ ନେତା ମୀନକେତନ ସେନାପତି, ଶ୍ରଦ୍ଧାପ୍ରକାଶ ନାୟକ, ଦୀପକ ଦାସ, ପ୍ରତାପ ସାହୁ, ଗୋରାବାବୁ ସାହା, କିଶୋର ରାଉଳ, ସୁରେନ୍ଦ୍ର ସାହୁ, ସେକ୍ ଅବଦୁଲା, ରମାକାନ୍ତ ମହାଳିକ ପ୍ରମୁୁଖ ଶତାଧିକ ଛାମୁୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ ।