ବିଦୁ୍ୟତ୍ ବିଭାଗର ବୈମାତୃକ ମନୋଭାବ : ବିନା ନୋଟିସ୍ରେ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ଗାଡ଼ିକୁ କାଢ଼ିଦେଲେ
ସାଲେପୁର : ୨୦୨୦ମସିହାରୁ ସାଲେପୁର ବିଦୁ୍ୟତ୍ ଡିଭିଜନ୍ କାର୍ଯ୍ୟାଳୟରେ ନିଜ ଗାଡ଼ି ଲଗାଇ ପରିବାର ପ୍ରତିପୋଷଣ କରିଆସୁଥିବା ଜଣେ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ଗାଡ଼ିକୁ ବିନା ନୋଟିସ୍ରେ ବେଆଇନ୍ ଭାବେ ବାହାର କରିଦିଆଯାଇଥିବା ନେଇ ସଂପୃକ୍ତ ବ୍ୟକ୍ତି ଜଣକ ସାଲେପୁର ବିଦୁ୍ୟତ୍ ଡିଭିଜନ୍ର ମ୍ୟାନେଜରଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାଯାଇଛି । ପ୍ରକାଶ ଯେ, ରୋଧପୁର ଗ୍ରାମର ସୁଶାନ୍ତ କୁମାର ଦାସ ୨୦୨୦ ମସିହାରେ ସାଲେପୁର ବିଦୁ୍ୟତ୍ ଡିଭିଜନ୍ କାର୍ଯ୍ୟାଳୟରେ ଏକ ବୋଲେରୋ ଗାଡ଼ି ଲଗାଇ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ଏବେ ସାଲେପୁର ସେକ୍ସନ୍ର ଜେଇ କୌଣସି କାରଣ ନ ଥାଇ ବିନା ନୋଟିସ୍ରେ ତାଙ୍କ ଗାଡ଼ିକୁ ବିଦୁ୍ୟତ୍ ଡିଭିଜନ୍ରୁ ବାହାର କରିଦେଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ସୁଶାନ୍ତ ଜଣେ ହୃଦ୍ରୋଗୀ ହୋଇଥିବାବେଳେ ଏହି ଗାଡ଼ିରୁ ଯେଉଁ ଅର୍ଥ ଉପାର୍ଜନ ହୁଏ, ସେ ବହୁ କଷ୍ଟରେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ବୋଲି ସେ ବିଦୁ୍ୟତ୍ ବିଭାଗ ମ୍ୟାନେଜରଙ୍କୁ ଲିଖିତ ଭାବେ ଜଣାଇବା ସହ ତାଙ୍କ ଗାଡ଼ିକୁ ଏହି କାର୍ଯ୍ୟାଳୟରେ ପୂର୍ବଭଳି ଅବସ୍ଥାପିତ କରିବାପାଇଁ ସେ ନିବେଦନ କରିଛନ୍ତି ।