ବିଦୁ୍ୟତ ତାର ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

 ପାଣିକୋଇଲି: ପାଣି ପଂଚାୟତର ୧୧କେଭି ବିଦୁ୍ୟତ ତାର ଚୋରି ଅଭିଯୋଗରେ ପାଣିକୋଇଲି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଗତପୁର ସାତବାଟିଆରେ ରହୁଥିବା କଟକ ଜିଲା ବଡମ୍ବା ଥାନା ତେଲୁଣିଆ ଗ୍ରାମର ଉଲ୍ଲାସ ରାଉତଙ୍କ ପୁଅ ସନାତନ(୨୭) ହୋଇଥିବା ତଦନ୍ତାଧିକାରୀ ଏସଆଇ ସୁଜିତ ମଲ୍ଲିକଙ୍କ ସୂତ୍ରରୁ ପ୍ରକାଶ । ଖବର ମତେ ଗୋଳେଇପୁର ପଂଚାୟତର କେଉଟୁନଗୁଅାଁ ଜାଗୁଳେଇ ପାଣିପଂଚାୟତ ଓ ମସୁଦପୁର ପାଣିପଂଚାୟତକୁ ସଂଯୋଗ କରିଥିବା ୬ ସ୍ପାନ୧୧କେଭି ତାର ଚୋରି ହୋଇଥିଲା । ଜାନୁଆରୀ ୨୭ତାରିଖ ବିଳମ୍ବିତ ରାତ୍ରୀରେ ଚୋରି ହେବା ନେଇ ବିଦୁ୍ୟତ ବିଭାଗ ପକ୍ଷରୁ ଆସିଷ୍ଟଣ୍ଡ ଇଂଜିନିୟର ଜତିନ୍ଦ୍ରନାଥ ସାହୁ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା୨୨/୨୫ ରୁଜ୍ଜୁ କରି ତଦନ୍ତ ଚଳାଇଥିଲା ।