ବିଦ୍ୟାର୍ଥିଙ୍କୁ ଆକର୍ଷିତ କରିଛି କ୍ୟାମ୍ବ୍ରିଜ
ଭୁବନେଶ୍ୱର: କ୍ୟାମ୍ବ୍ରିଜ ଇଣ୍ଟରନ୍ୟାଶନାଲ ଏଜୁକେଶନ (କ୍ୟାମ୍ବ୍ରିଜ) ପକ୍ଷରୁ ବିଶ୍ୱର ୬୮୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯାହା ଆନ୍ତର୍ଜାତୀୟ ପ୍ରସ୍ତୁତି ଦିଗରେ ଏହି ତ୍ୱରାନ୍ୱିତ ଶିକ୍ଷା ଟ୍ରେଣ୍ଡକୁ ପ୍ରତିଫଳନ କରୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୯% ବୃଦ୍ଧି ହୋଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ, ପରୀକ୍ଷା ପାଇଁ ଆବେଦନ ସଂଖ୍ୟା ମଧ୍ୟ ଚଳିତ ବର୍ଷ ଜୁନ୍ରେ ପୁଣିଥରେ ବିଶ୍ୱବ୍ୟାପୀ ପ୍ରାୟ ୧.୭ ମିଲିୟନକୁ ବୃଦ୍ଧି ହୋଇଛି, ଯାହା ଗତବର୍ଷ ତୁଳନାରେ ୭% ଅଧିକ ରହିଛି । ଭାରତରେ ଜୁନ ୨୦୨୫ ପରୀକ୍ଷା ସିରିଜ ପାଇଁ ମୋଟ ଆବେଦନ ସଂଖ୍ୟା ୫% ବୃଦ୍ଧି ପାଇଛି । କ୍ୟାମ୍ବ୍ରିଜରେ ଇଣ୍ଟରନ୍ୟାଶନାଲ ଏଜୁକେଶନର ଗ୍ରୁପ ମ୍ୟାନେଜିଂ ଡାଇରେକ୍ଟର, ରଡ୍ ସ୍ମିଥ କହିଛନ୍ତି, “ଚଳିତ ଅଗଷ୍ଟ ମାସରେ କ୍ୟାମ୍ବ୍ରିଜ ଫଳାଫଳ ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା । ଆମେ ଶିକ୍ଷାର୍ଥୀଙ୍କ ଏକ ଆନ୍ତର୍ଜାତୀୟ ସମୁଦାୟକୁ ସହଯୋଗ କରି ଗର୍ବିତ ଯିଏ କେବଳ ୟୁନିଭର୍ସିଟି ଓ କ୍ୟାରିୟର ପାଇଁ ପ୍ରସ୍ତୁତ ହେଉନାହାନ୍ତି ବରଂ ଏକ ଦ୍ରୁତ ପରିବର୍ତିତ ଦୁନିଆରେ ଜୀବନ ପାଇଁ ପ୍ରସ୍ତୁତ ହେଉଛନ୍ତି ।” ସାଉଥ ଏସିଆରେ କ୍ୟାମ୍ବ୍ରିଜର ଇଣ୍ଟରନ୍ୟାଶନାଲ ଏଜୁକେଶନ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ବିନୟ ଶର୍ମା କହିଛନ୍ତି, “ ଆମେ ଭାରତରେ କ୍ୟାମ୍ବ୍ରିଜ ଶିକ୍ଷାର୍ଥୀଙ୍କୁ ସେଲିବ୍ରେଟ କରି ଏବଂ ସେମାନଙ୍କର କଠିନ ପରିଶ୍ରମ ଓ ସଫଳତାକୁ ସ୍ୱୀକୃତି ପ୍ରଦାନ କରି ଉତ୍ସାହିତ ଅଛୁ ।