ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା

 କେନ୍ଦୁଝର : ସ୍ଥାନୀୟ ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ଓଁକାର ଅନ୍ୱେଷ ଯୋଗ ଦେଇ ଶିଶୁଙ୍କୁ ବିଜ୍ଞାନୀ ମନୋଭାବ ନେଇ କାର୍ଯ୍ୟ କଲେ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ବିଚାରକ ଭାବରେ କେନ୍ଦୁଝରର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ହରେକୃଷ୍ଣ ପଣ୍ଡା, ଅନିରୁଦ୍ଧ ସାହୁ, କଳ୍ପନା ସାହୁ, ସୁପ୍ରଭା ପ୍ରଧାନ, ପୂଜାରାଣୀ ପଣ୍ଡା, ସୁବାଷ ଚନ୍ଦ୍ର ଭୂୟାଁ, ବୈଲୋଚନ ମହାନ୍ତ, କର୍ଣ୍ଣ କୁମାର ମହାନ୍ତ, ସୀତାରାମ ମହାନ୍ତ, ବୁଲୁରାମ ମହାନ୍ତ, ସସ୍ମିତା ଦୋରା, ସୁବାସ ପ୍ରଧାନ, ସନ୍ତୋଷ କୁମାର କର ଓ ଅମୀୟ କୁମାର ଭୂୟାଁ ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଉଭଣୀମାନେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ,ସଂପାଦକ ସୁଧାଂଶୁ ଶେଖର ପଣ୍ଡା, ସହ ସଂପାଦକ ଦୀପକ କୁମାର ମହାକୁଳ ଉପସ୍ଥିତ ଥିଲେ । 
ଚମ୍ପୁଆ: ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କିଶୋର, ବାଲ ଓ ଶିଶୁଙ୍କୁ ନେଇ ୩ ଗୋଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ସଂସ୍କୃତି ଜ୍ଞାନ ପତ୍ର ବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଂଚ, ମୁର୍ତୀ କଳା, ସଂସ୍କୃତି ଜ୍ଞାନ କଥାକଥନ ଆଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୯ ଗୋଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଅନ୍ୟାନ୍ୟ ବିଭାଗକୁ ମିଶାଇ ୨୩୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ବିଚାରକ ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ଗିରି ଓ କଳାକାର ମହାନ୍ତ ପ୍ରକଳ୍ପ ଗୁଡିକରେ ମୂଲ୍ୟାଙ୍କନ କରିଥିଲେ । ଅନ୍ୟତମ ଅତିଥି ଭାବେ ପରିଚାଳନା ସଭାପତି ରମାକାନ୍ତ ପ୍ରଧାନ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ସମିତି ସଦସ୍ୟା ପ୍ରଭାତିମଂଜରୀ ନାୟକ, ମୋନାଲିଶା ରାଉତ ପ୍ରମୁଖ ଯୋଗ ଦେଇ ପୁରଷ୍କାର ପ୍ରଦାନ କରିଥିଲେ ।