ବିଧାୟିକାଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ଶବ

 ସାରସକଣା/ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ଜଣେ ଯୁବକ ଦାଦନ ଖଟିବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ତାଙ୍କର ମୃତୁ୍ୟ ହୋଇଥିବା ବେଳେ, ସେଠାରୁ ତାଙ୍କ ମୃତଦେହ ଆଣିବା କଷ୍ଟକର ହୋଇଥିଲା । ତେବେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତକ୍ଷ୍ୟ ହସ୍ତକ୍ଷେପ ପରେ ନିଜ ଜନ୍ମ ମାଟିରେ ମୃତଦେହ ପହଁଚିଛି । ବାଙ୍ଗାଲୋରରୁ ଗାଁକୁ ଫେରିଲା ଶବ । ଦିଘି ପଞ୍ଚାୟତ କାଶିଆ ବେଢା ଗ୍ରାମର ସନାତନ ସିଂ ନାମକ ବ୍ୟକ୍ତି ଜଣଙ୍କ ପରିବାର ପ୍ରତି ପୋଷଣ ପାଇଁ ବାଙ୍ଗିରିପୋଷିରୁ ବାଙ୍ଗାଲୋର ଯାଇଥିଲେ ଦାଦନ ଖଟିବାକୁ । ମୃତୁ୍ୟ ପରେ ତାଙ୍କ ଶବ ଘରକୁ ଆସି ପାରୁନଥିଲା  । ବିଧାୟିକା ସଞ୍ଜଳି ମୁର୍ମୁଙ୍କ ସହାୟତା ସହଯୋଗରେ ଆଜି ମୃତ ଦେହ ତାଙ୍କ ଗାଁରେ ପହଁଚିଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଗୁଦା ମୁର୍ମୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ ପରିବାରକୁ ସହଯୋଗର ହାତ ବଢାଇଥିବା ଜଣାଯାଇଛି । ବିଧାୟିକାଙ୍କ ମାନବିକତା ପାଇଁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି ।