ବିନା ଡାକ୍ତରରେ ଚାଲିଛି ଅଲଣାହାଟ ପିଏଚସି
ନାଉଗାଁ : ସରକାର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ସେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ମାନ ଖୋଲିଛନ୍ତି । କିନ୍ତୁ ନାଉଗାଁ ବ୍ଲକ ସ୍ଥିତ ମୁଣ୍ଡାଳ ଠାରେ ଅଲଣା ହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୬ମାସ ଧରି ଡାକ୍ତର ଶୂନ୍ୟ ହୋଇପଡିଛି । ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ଷ୍ଟଡି ଟୂର ରେ ଯାଇଥିବାରୁ ଡାକ୍ତର ପଦବିଟି ଖାଲି ପଡିଛି । ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ନାଉଗାଁ ବ୍ଲକରେ ୫ଟି ପଞ୍ଚାୟତ ଜଗତସିଂହପୁର ବ୍ଲକ ର ୨ଟି ପଞ୍ଚାୟତର ଜନସାଧାରଣ ଚିକିସôା ପାଇଁ ନିର୍ଭର କରିଥାନ୍ତି । ନାଉଗାଁ ବ୍ଲକ ର ଅଲଣା, ଗଜରାଜପୁର, ନୂଆଗାଁ, ଘୋଡାନ୍ସ, ଜାମୁଗାଁ ପ୍ରମୁଖ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । ୪୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଚିକିସôା ସୁବିଧା ପାଇଁ ଏକମାତ୍ର ଉପ ସ୍ୱାସ୍ଥ୍ୟକେନ୍ଦ୍ର ଟି ହୋଇଥିଲାବେଳେ, ଡାକ୍ତର ନ ଥିବାରୁ ଜରୁରୀ କାଳୀନ ପରିସ୍ଥିତି ଗୁରୁତର, ରୋଗୀ, ବରିଷ୍ଠ ନାଗରିକ,ଭିନ୍ନକ୍ଷମ ବ୍ୟକ୍ତି,ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଦୂର କୁ ଯାଇ ଚିକିସôା ହେବାକୁ ସମସ୍ୟା ଦେଖାଯାଉଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୃହଟି ଦୀର୍ଘଦିନ ଧରି ପୁରୁଣା ଘରେ ଚାଲିଥିବାରୁ ମରାମତି ଅଭାବରୁ ବର୍ଷାଦିନେ ପାଣି ଗଲୁଚି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ମେଡିକଲ ଟି ଚାଲିଛି । ଡାକ୍ତର ନ ଥିବାରୁ ନାନାଦି ଅସୁବିଧା ଜନସାଧାରଣ ଦୀର୍ଘଦିନ ଧରି ଭୋଗି ଆସୁଛନ୍ତି । ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।