ବିନା ମଞ୍ଜୁରୀରେ ଘରୋଇ ସ୍କୁଲ ଖୋଲିବାକୁ ନେଇ ଅଭିଯୋଗ

 ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଭୀମନାଥପୁର ନିକଟରେ ବିନା ମଞ୍ଜୁରୀରେ ଘରୋଇ ସ୍କୁଲ ଖୋଲି ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯାଉଥିବା ନେଇ ସତ୍ୟବ୍ରତ ନାୟକଙ୍କ ସମେତ ବହୁ ଗ୍ରାମବାସୀ ଖଇରା ଥାନା ଓ ଗୋଷ୍ଠୀଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ଏଭଳି ସ୍କୁଲ ଖୋଲିବାକୁ ମଞ୍ଜରୀ ଦେଇନଥିବା ପ୍ରକାଶ କରିଥିବା ବେଳେ କାହା ଈସାରାରେ ଅର୍ଥଲୋଭରେ ଏଭଳି ସ୍କୁଲ ଖୋଲିଲେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ନିକଟରେ ଏକ ସରକାରୀ ୟୁପି ସ୍କୁଲ ଥିବାବେଳେ ଏଭଳି ଘରୋଇ ସ୍କୁଲ ଖୋଲି ଅଭିଭାବକଙ୍କୁ ପ୍ରଲୋଭିତ କରାଯିବା ଉପରେ ଶିକ୍ଷାବିଭାଗର ହସ୍ତକ୍ଷେପ ଦାବି କରାଯାଇଛି ।