ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି

 ଚମ୍ପୁଆ : ସରକାରଙ୍କ ରାଜସ୍ୱ ବିଭାଗର ନିଦେ୍ର୍ଦଶକ୍ରମେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଆଜି ଚମ୍ପୁଆ ବ୍ଲକ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ସ୍ମୃତି ରଞ୍ଜନ ସାହୁ, ତହସିଲଦାର ସୁଜିତ ମାର୍କେ, କୃଷି ଅଧିକାରିଣୀ ରମାମଣି ସାହୁ, ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ   । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ପିଇଓ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀ ଗଣ ଉପସ୍ଥିତ ଥିଲେ । ବନ୍ୟା, ବାତ୍ୟା ଓ ବଜ୍ରପାତ ଭଳି ପ୍ରାକୃତିକ ଆପାଦ ସମୟରେ ବିଭିନ୍ନ ବିଭାଗ ମାନସିକ ସ୍ତରରେ ନିଜକୁ ଦୃଢ଼ ରଖିବା ସହ ପରସ୍ପର ମଧ୍ୟରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ବିଡିଓ ଶ୍ରୀ ସାହୁ  । ଜଳସମ୍ପଦ,ବିଦୁ୍ୟତ, ଅଗ୍ନିଶମ, ରାଜସ୍ୱ,କୃଷି, ପାନୀୟଜଳ, ଟେଲିକମ, ଶିକ୍ଷା ବିଭାଗ, ମସô୍ୟ ଓ ପଶୁସମ୍ପଦ, ଆରକ୍ଷୀ ଆଦି ବିଭାଗ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବାକୁ କୁହାଯାଇଥିଲା । ୧୮ ତାରିଖ ଅପରାହ୍ନରେ ଚମ୍ପୁଆ ବ୍ଲକ ପରିସରରେ ଟେବୁଲ୍ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଶ୍ରୀ ସାହୁ ସୂଚନା ଦେଇଥିଲେ ।