ବିବାଦୀୟ ଜମି ଉପରେ ପାଚେରି ନିର୍ମାଣ; ଅଭିଯୋଗକାରୀଙ୍କୁ ପୁଲିସର ନାଲିଆଖି 

 କୁଆଖିଆ : ଏକ ବିବାଦୀୟ ଜମି ଉପରେ ଜଣେ ପକ୍ଷ ପାଚେରି ନିର୍ମାଣକୁ ନେଇ କୁଆଖିଆ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଅଭିଯୋଗ କାରୀଙ୍କୁ ନାଲିଆଖି ଦେଖାଉଥିବା ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି । ଅଭିଯୋଗ ଅନୁଯାୟୀ ଏହି ଥାନା ଅନ୍ତର୍ଗତ ଆଦମପୁର ଗ୍ରାମର ସୁଶୀଳା ଦାଶ, ଧନେଶ୍ୱର ଦାଶ ଓ ବେଣୁଧର ଦାଶ ଏବଂ ବିପକ୍ଷ ରମେଶ ଦାଶ, ଗେଡି ଦାଶ ଓ ଉଷାରାଣୀ ଦାଶଙ୍କ ଏକ ବିବାଦୀୟ ଜମି ହାଲ୍ ଖାତା-୨୧୫,ପ୍ଲଟ୍ -୨୩୪୧,ଏ୦-୨୦ ଉପରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଯାହାକୁ ନେଇ ପ୍ରଥମ ପକ୍ଷ କମିଶନରଙ୍କ ଦ୍ୱାରସ୍ତ ହୋଇଥିଲେ । ଏହାକୁ ନେଇ କୋର୍ଟ ଏହି ବିବାଦୀୟ ଜମି ଉପରେ ରହିତାଦେଶ ଜାରି କରି ଜମିର ମାପଚୁପ୍ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ବିପକ୍ଷ କୋର୍ଟ ନିଦେ୍ର୍ଦଶକୁ ନମାନି ଉକ୍ତ ଜମି ଉପରେ ପାଚେରୀ ନିର୍ମାଣ କରିବାକୁ ବିରୋଧ କରି ରସୁଲପୁର ତହସିଲଦାର ଓ ଜିଲ୍ଲା ଆରକ୍ଷୀଙ୍କ ନିକଟରେ ଅଭିଯୋଗ କରିବାରୁ ଏସ୍ପିଙ୍କ ନିଦେ୍ର୍ଦଶରେ ପ୍ଲଟ୍ ନଂ- ୨୩୪୦, ୨୩୪୧, ୨୩୪୨ ଉପରେ ୧୬୩ ଅନୁଯାୟୀ ଏକ ରହିତାଦେଶ ଜାରି କରିଛନ୍ତି । ଏହାକୁ ବିପକ୍ଷ ନମାନି ଉକ୍ତ ବିବାଦୀୟ ଜମିରେ ପାଚେରୀ ନିର୍ମାଣ କରିବାକୁ ଯୋଜନା ଆରମ୍ଭକୁ ନେଇ ପ୍ରଥମ ପକ୍ଷ ତା୨୪ା୪ା୨୦୨୫, ତା୯ା୫ା୨୦୨୫. ତା୨୨ା୫ା୨୦୨୫. ତା୧୩ା୮ା୨୦୨୫ ଏବଂ ତା୨୯ା୮ା୨୦୨୫ରେ କୁଆଖିଆ ଥାନା ଏବଂ ଜିଲ୍ଲା ଆରକ୍ଷୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ, ଗତକାଲି ବିପକ୍ଷ ରମେଶ ଦାଶ ଓ ତାଙ୍କ ସହଯୋଗୀ ଉକ୍ତ ଜମିରେ ପୁନର୍ବାର ପାଚେରି ନିର୍ମାଣ କରୁଥିବା ନେଇ ପକ୍ଷଙ୍କ ସହିତ ଝଗଡା ଆରମ୍ଭ ହୋଇଥିଲା । ଏହାକୁ ନେଇ ବିଳମ୍ବିତ ରାତିରେ ପକ୍ଷଙ୍କ ଘରେ ପହଁଚି ପୁଲିସ ସେମାନଙ୍କ କବାଟ ବାଡେଇ ଭୟଭୀତ କରିଥିବା ପରିବାରଙ୍କ ଅଭିଯୋଗରୁ ଜଣାପଡିଛି । ପକ୍ଷଙ୍କ କହିବା ଅନୁଯାୟୀ ପୁରୁଷାନୁକ୍ରମେ ଘର କରିଥିବା ୧୩ ପରିବାର ପାଇଁ ରାସ୍ତା ନଥିବାରୁ ସେମାନେ ରହୁଥିବା ଜମି ଉପରେ ଆପୋଷ ଆଲୋଚନା ମାଧ୍ୟମରେ୧୫କଡି ରାସ୍ତା ନେବାପାଇଁ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ଥିର ହୋଇ ଉକ୍ତ ରାସ୍ତା ବାବଦୀୟ ଜମି ବିପକ୍ଷଙ୍କୁ ବଦଳ ଦିଆଯାଇଛି । ହେଲେ ବଦଳ ଜମିକୁ ବିପକ୍ଷ ନିଜ ନାଁରେ ରେକର୍ଡଭୁକ୍ତ କରି ନେବା ପରେ ସେମାନଙ୍କୁ ରାସ୍ତା ନଦେଇ ପାଚେରୀ ନିର୍ମାଣ କରୁଛନ୍ତି । ଏହାକୁ ନେଇ ଉକ୍ତ ବିବାଦୀୟ ରାସ୍ତା ଉପରେ ପକ୍ଷଙ୍କ ପରିବାର ଲୋକମାନେ ଧାରଣାରେ ବସିଥିବା ବେଳେ ଏସମ୍ପର୍କରେ ଥାନା ଆଇଆଇସିଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର କୈାଣସି ପ୍ରତିକ୍ରିୟା ମିଳି ନଥିଲା । ତେଣୁ ଉକ୍ତ ପରିବାରକୁ ନ୍ୟାୟ ଦେବାପାଇଁ ଶୋଷିଳା ଦାଶ, ଶାନ୍ତିଲତା ଦାଶ, ସବିତା ଦାଶ, ଧନେଶ୍ୱର ଦାଶ ଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।