ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସ୍ୱାମୀଜୀଙ୍କ ଜୟନ୍ତୀ ପାଳିତ

 ବୈଶିଙ୍ଗା:  ବୈଶିଙ୍ଗା ଉପକଣ୍ଠ ଖୁଣ୍ଟାପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ୱାମୀଜୀଙ୍କ ଜନ୍ମ ଜୟନ୍ତୀ ଧୂମ୍ଧାମରେ ପାଳନ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟା ରଞ୍ଜିତା ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ କାହ୍ନୁଚରଣ ପତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । ସମାଜସେବୀ ବ୍ରଜମୋହନ ଦାସ ଏବଂ ସନତ ଦାସ ଅତିଥି ଭାବେ ଯୋଗ ଦେଇ ସ୍ୱାମୀଜୀଙ୍କ ଜୀବନୀ ଉପରେ ପର୍ଯ୍ୟାଲୋଚନା କରିବା ସହିତ ବିଦ୍ୟାଳୟର ସମସ୍ତ କୁନି କୁନି ପିଲାମାନଙ୍କ ସହିତ ପଣସିଆ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ଯୁବ ଦିବସ ଅବସରରେ ସ୍ଲୋଗାନ ଦେଇଥିଲେ । ସ୍ୱାମୀଜୀଙ୍କ ଜୀବନୀ ପର୍ଯ୍ୟବେଶିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ ।