ବିଭାଗୀୟ ଅଧିକାରୀଙ୍କ ନିରବଦ୍ରଷ୍ଟା... ଫ୍ଲାଏ ଆସ୍‌ରେ ହେଉଛି ପୂର୍ତ୍ତ ବିଭାଗ ରାସ୍ତା

ବିଭାଗୀୟ ଅଧିକାରୀଙ୍କ ନିରବଦ୍ରଷ୍ଟା... ଫ୍ଲାଏ ଆସ୍‌ରେ ହେଉଛି ପୂର୍ତ୍ତ ବିଭାଗ ରାସ୍ତା

ବିଞ୍ଝାରପୁର : ନୂଆ ରାସ୍ତା କରୁଛି ଜନ ଜୀବନକୁ ଅସ୍ତ ବ୍ୟସ୍ତ । ନା ସିମେଣ୍ଟ ବାଲି ଭାଗ ମାପରେ କିଛି ସଠିକତା ରହିଛି ନା ଏହାକୁ ତଦାରଖ କରିବା ପାଇଁ କେହି ବିଭାଗୀୟ ଅଧିକାରୀ ଅଛନ୍ତି । ଏଭଳି ଭାବେ ଚାଲିଛି ପୂର୍ତ ବିଭାଗର ରାସ୍ତା । ଅଭିଯୋଗ ଅନୁଯାୟୀ  ବିଞ୍ଝାରପୁର ପୂର୍ତ ବିଭାଗ ଉପଖଣ୍ଡ ଅଧୀନରେ ଚାଲିଛି ନଛିପୁର ଜେନା ସାହି ନିକଟରୁ ପୋଖରୀଛକ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ । 
ଦୀର୍ଘ ଦିନ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଥିବା ଏହି ରାସ୍ତା କାର୍ଯ୍ୟ ହେଉଥିବାରୁ ସ୍ଥାନୀୟ ଲୋକେ ଯେତିକି ଖୁସି ଏହାର ସ୍ଥାୟୀତ୍ୱକୁ ନେଇ ମଧ୍ୟ ସେତିକି ଚିନ୍ତିତ । କାରଣ ଏହି ନିର୍ମାଣ କାର୍ଯ୍ୟ ସମୟରେ କେହି ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ, ସିମେଣ୍ଟ ବାଲି ଭାଗମାପ ଠିକ୍‌ ରହୁ ନ ଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଫ୍ଲାଏ ଆସ ସିମେଣ୍ଟରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଗାଡ଼ି ଗଲାବେଳେ ଧୂଳି ଉଡି ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଦିନ ଦ୍ୱିପହରରେ ଧର୍ମକୁ ଆଖିଠାର ମାରି କାର୍ଯ୍ୟପୂର୍ତ ବିଭାଗର ମୁନାଫାଖୋର ଠିକାଦାର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି କାର୍ଯ୍ୟରେ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ରାସ୍ତାର ଲମ୍ବ ପ୍ରସ୍ତରେ ମଧ୍ୟ ଠିକ ଠିକଣା ରହୁ ନ ଥିବା ଅଭିଯୋଗ ହୋଇଛି ।