ନୂତନ ଥାନା ଗୃହ ଉଦ୍ଘାଟିତ
ଧର୍ମଶାଳା : ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀରେ ଧର୍ମଶାଳା ଏବଂ କୋରେଇର ନୂତନ ଥାନାକୁ ଉଦ୍ଘାଟିତ କରିଛନ୍ତି । ଧର୍ମଶାଳାର ନବ ନିର୍ମିତଥାନାର ଦ୍ୱିତଳ ପ୍ରସାଦ ଗୃହ ଉଦଘାଟନ ସମୟରେ ଯାଜପୁରର ଅତିରିକ୍ତ ଏସପି ଅନିରୁଦ୍ଧ ରାଉତରାୟ ଓ ଶିତିକଣ୍ଠ କାନୁନଗୋ, ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝି, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଏବଂ ବିଡିଓ ଜ୍ୟୋତିର୍ମୟ କର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁଲିସ ହାଉସିଂ ବୋର୍ଡ ପାଣ୍ଠିରୁ ନିର୍ମିତ ହୋଇଥିବା ଏହି ଗୃହର ରକ୍ଷଣାବେକ୍ଷଣ ଦାୟିତ୍ୱ ସହ ଲୋକମାନଙ୍କୁ ଉପଯୁକ୍ତ ସେବା ଓ ନ୍ୟାୟ ପ୍ରଦାନ ଦିଗରେ ଏହା ସହାୟକ ହେବ ବୋଲି ବରିଷ୍ଠ ଅଧିକାରୀ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଧର୍ମଶାଳା ଥାନାର କର୍ମଚାରୀ କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ଓ ଜାରକାବିଟ ହାଉସ ଅଧିକାରୀ ବିଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
କୋରେଇ: ସେହିପରି ଆଭାସୀରେ ମୁଖ୍ୟମନ୍ତ୍ରୀ କୋରେଇ ନୂତନ ଥାନା ଗୃହ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ଃ ରବୀନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁଙ୍କ ସଂଚଳନାରେ ଆୟୋଜିତ କାର୍ଯ୍ୟକ୍ରମରେଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଏସପି ୟସ ପ୍ରତାପ ଶ୍ରୀମଲ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ପାଟରଙ୍ଗା ସରପଂଚରଞ୍ଜନ କୁମାର ଦାସ ସୁରକ୍ଷା, ଆଇନ ଶୃଙ୍ଖଳା ଓ ଦୂରତା ଦୃଷ୍ଟିରୁ ଅନ୍ଧାରୀ, ପାଟରଙ୍ଗା ତଥା ତଳଗଡ଼ ପଂଚାୟତକୁ କୋରେଇ ଥାନାରୁ ଯାଜପୁର ରୋଡ ଆଦର୍ଶ ଥାନା ଅଧିନକୁ ନେବା ପାଇଁ ଦାବି କରିଥିଲେ । କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ଥାନା କର୍ମଚାରୀ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ ।ବିଭିନ୍ନ ପଂଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ ।