ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନୋତ୍ସବ
ପାଣିକୋଇଲି : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନୋସôବ ପାଳନ କରାଯାଇଛି । ପାଣିକୋଇଲି ଥାନା ପକ୍ଷରୁ ମସୁଦପୁର ସ୍କୁଲ ଓ ନିମପାଟଣା ମନ୍ଦିର ପରିସରରେ ଚାରା ରୋପଣ କରାଯାଇଥିଲା । ଯାଜପୁର ରୋଡ ବନାଞ୍ଚଳ ଅନ୍ତର୍ଗତ ପାଣିକୋଇଲି ଫରେଷ୍ଟ ବିଟ ଅଫିସର ସାଇସ୍ମୃତି ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରାରୋପଣ କାର୍ଯ୍ୟକ୍ରମରେ ଥାନାଧିକାରୀ ରଂଜିତ କୁମାର ମହାନ୍ତି, ପିନାକ ରଂଜନ ଦାସ, କାର୍ତ୍ତିକ ସାହୁ, ଟିକନ ସାହୁ, ମାନସ ବେହେରା, ଗୟାଧର ଦାସ, ମକୁନ୍ଦ ବିଶ୍ୱାଳ, ପ୍ରଶାନ୍ତ ମଲ୍ଲିକ, ରବିନ୍ଦ୍ର ନାୟକ, ଭୀମସେନ ସାହୁ, ବିଳାସ ସାହୁ, ବିକାଶ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଓଚିନ୍ଦା ଗ୍ରାମବାସୀଙ୍କ ପକ୍ଷରୁ ବନ ମହୋସôବ ଦିବସ ପାଳିତ ହୋଇଛି । ଗୋପିନାଥ ମନ୍ଦିର ପରିସରରେ ଚାରାରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଗ୍ରାମ୍ୟ ମୁଖ୍ୟ ରଘୁନାଥ ପାଢୀ, ସତିସ ଧଳ, ଆଲୋକ ବେହେରା, ଜିତେନ୍ଦ୍ର ଭାରତୀ, ଅକ୍ଷୟ ସାମଲ, ନାରାୟଣ ଗିରି, ଗୋଲକ ଭାରତୀ, ମଦନମୋହନ ଜେନା, ଜଗନ୍ନାଥ ଆରଣ, ଅମୂଲ୍ୟ ଦାସ, କିର୍ତନ ସାମଲ, କହ୍ନେଇ ଆରଣ, ରାଜେଶ ସତପଥି, ବାବାୁଲା ଖଟୁଆଙ୍କ ସମେତ ଗ୍ରାମବାସୀ ସାମିଲ ହୋଇଥିଲେ ।
ବ୍ୟାସନଗର: ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ବୈତରଣୀ ଛାତ୍ରୀ ନିବାସ ପରିସରରେ ରୋଟାରୀ କ୍ଲବ କଳିଙ୍ଗ ନଗର ତରଫରୁ ବନୋତ୍ସବ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ରୋଟାରୀଆନ ଅଚୁ୍ୟତାନନ୍ଦ ମହାନ୍ତିଙ୍କ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ରୋଟାରୀଆନ ମନୋଜ କୁମାର ବାରିକ, ସମ୍ପାଦକ ରୋଟାରୀଆନ ସଞ୍ଜୟ କୁମାର ମିଶ୍ର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବନ୍ୟ ରେଞ୍ଜ ଅଫିସର ଧର୍ମେନ୍ଦ୍ର ପ୍ରଧାନ, ରୋଟାରୀଆନ ସୁଦୀପ କୁମାର ମିଶ୍ର, ଶିବାନନ୍ଦ ନାୟକ, କମଳ ଲୋଚନ ସାହୁ, ଗୋପୀନାଥ ସାହୁ, ଦୀନେଶ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ଅରୁଣ କୁମାର ବେହେରା ଓ ତ୍ରିଲୋଚନ ଦାସଙ୍କ ସମେତ ଛାତ୍ରୀ ନିବାସ ସୁପରିଟେଣ୍ଡେଣ୍ଟ ପ୍ରଜ୍ଞା ପାରମିତା ଦାସ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଛାତ୍ରୀଗଣ ଯୋଗ ଦେଇ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ ।
ରସୁଲପୁର:"ଗ୍ରୀନ ୱାରିଓର’ପକ୍ଷରୁ ରସୁଲପୁର ବ୍ଲକ ମାଣତୀର ନିକଟସ୍ଥ ବାରବାଟି-ସିଂହାପୁର ସଡ଼କ ପଥର ଉଭୟ ପାର୍ଶ୍ୱରେ ନାନାଦି ପ୍ରକାରର ଚାରା ରୋପଣ କରାଯାଇ ସମାଜକୁ ପରିବେଶ ସୁରକ୍ଷା ନିମନ୍ତେ ଯଥେଷ୍ଟ ବାର୍ତ୍ତା ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ବାରବାଟୀ ଅଞ୍ଚଳରେ ଅନେକ ବୃକ୍ଷ ରୋପଣ କରିବା ସହ ସେଗୁଡ଼ିର ଯନô ନିମନ୍ତେ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେଇଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିଦ୍ୟାଳୟରେ ପରିବେଶ ସୁରକ୍ଷା ନିମନ୍ତେ ଯୁବଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ ତିନି ଶହରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବେ ବୋଲି ପ୍ରତିଷ୍ଠାତା ପ୍ରତୀକ ଦାଶ, ମୁଖ୍ୟ ପରିଚାଳକ ବିଶ୍ୱ ରଞ୍ଜନ ସାହୁ, ସହ ପରିଚାଳକ ହ୍ରିତିକ ଲେଙ୍କା, ରଞ୍ଜନ କୁମାର ସ୍ୱାଇଁ,ଦିବ୍ୟଜିତ୍ ପଣ୍ଡା, ସୌମ୍ୟରଞ୍ଜନ ଦାଶ କହିଛନ୍ତି ।