ବିଭିନ୍ନ ଦାବି ନେଇ ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ

 ପୁରୀ : ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆୟୁଷ ଛାତ୍ରଛାତ୍ରୀଙ୍କ ଉନ୍ନତିରେ ବିଭାଗୀର ଅଧିକାରୀମାନେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ଗୋପବନ୍ଧୁ ଆୟେୁର୍ବେଦ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଡ଼ ବୃଦ୍ଧି କରିବା ଲାଗି ପ୍ରସ୍ତୁତି କରୁଥିବା ବେଳେ କିଛି ବିଭାଗୀ ଅଧିକାରୀ ଚକ୍ରାନ୍ତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ବଦଳି ଦାବିରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଦିଆଯିବ ନେଇ ସୂଚନା ଦେଇଛନ୍ତି ଛାତ୍ରଛାତ୍ରୀ ।