ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

କଟକ : ନବରାତି୍ର ପୂଜାରେ କଟକର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ ପରିଳକ୍ଷିତ ହୋଇଛି । ଯେହେତୁ ଆଜି ଗୁରୁବାର ଥିଲା ସେଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ । କେବଳ କଟକ ନୁହେଁ, ଓଡ଼ିଶାର ଅନେକ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କର ଏହି ଦୁଲର୍ଭ ବେଶ ଦର୍ଶନ କରୁଛନ୍ତି । କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ବନଦୁର୍ଗା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ମା’ ଗଡ଼ଚଣ୍ଡୀ ଗଜଲକ୍ଷ୍ମୀ ବେଶ ଓ ମା’ ଝାଞ୍ଜିରୀ ମଂଗଳା ଅନ୍ନପୂର୍ଣ୍ଣ ବେଶରେ ଦର୍ଶନ ଦେଉଛନ୍ତି । ବର୍ଷକୁ ଥରେ ଏହି ଦୁଲର୍ଭ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ନାହିଁ ନଥିବା ଉକôଣ୍ଠା ଦେଖିବାକୁ ମିଳିଛି । 
ସାଲେପୁର : ସାଲେପୁର ବ୍ଲକ୍ର ବଟେଶ୍ୱର ଗ୍ରାମରେ ପ୍ରତିଷ୍ଠିତ ପ୍ରସିଦ୍ଧ ମା’ଭଗବତୀ ଲକ୍ଷ୍ମୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଏହି ବେଶ ଦେଖିବାପାଇଁ ଭକ୍ତମାନଙ୍କର ଭିଡ଼ ଲାଗିରହିଛି । ଏହି ବେଶ ଦେଖିବା ନିମନ୍ତେ ସାଲେପୁର ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଦାଳୁ ଆସି ମା’ଙ୍କ ଦର୍ଶନ